ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ବଲାଙ୍ଗିର, 19 ଏପ୍ରିଲ୍ (ହି.ସ.) ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଅନଙ୍ଗଉଦୟ ସିଂଦେଓ, ବରେଣ୍ୟ ଅତିଥି ଭାବରେ ଦିବ୍ୟଜୀବନ ସଂଘର ଓଡିଶା ଅ
ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ବଲାଙ୍ଗୀରରେ ଭବ୍ୟ ପୂଜନ କାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ


ବଲାଙ୍ଗିର, 19 ଏପ୍ରିଲ୍ (ହି.ସ.)

ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଅନଙ୍ଗଉଦୟ ସିଂଦେଓ, ବରେଣ୍ୟ ଅତିଥି ଭାବରେ ଦିବ୍ୟଜୀବନ ସଂଘର ଓଡିଶା ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ, ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନର ସଭାପତି ପ୍ରଦୀପ ଯୋଷୀ, ଉପସଭାପତି ଲୋକେନ୍ଦ୍ର ଶର୍ମା, ଅଲଓଡିଶା ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ଦାସମହାରାଜ, ବ୍ରହ୍ମଚାରୀ ହରିଚରଣ ଦାସମହାରାଜ ,ପର୍ଶୁରାମ ବାହିନୀର ରାଜ୍ୟସଭାପତି ଧିରେନ୍ଦ୍ର ନନ୍ଦ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ଜିଲ୍ଲାର ବ୍ରାହ୍ମଣ ମହାସଭା ର ସଭାପତି ପ୍ରାଣବଲ୍ଲଭ ତ୍ରୀପାଠୀ, ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ୧୫ ଫୁଟ ଉଚ୍ଚତାର ପ୍ରାୟ ୧୫୦୦ କେଜିର ଧାତବପଦାର୍ଥରେ ନିର୍ମିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ଅତିଥିଗଣ ତାଙ୍କର ମହାନକାମକୁ ସ୍ମରଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ଅବତାରୀପୁରୁଷ ଭଗବାନ ପର୍ଶୁରାମ ଅନ୍ୟାୟରେ ଲିପ୍ତଥିବା ଶାସକଗଣଙ୍କୁ ଶସ୍ତ୍ର ଉଠାଇ ଶାସ୍ତି ଦେଇ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ଦୀର୍ଘ ୨ବର୍ଷ ହେଲା ବ୍ରାହ୍ମଣ ମହାସଭା ପକ୍ଷରୁ ରଖାଯାଇଥିବା ଦାବିକୁ ଆଜି ପୂରଣ କରାଯାଇଛି । ଭଗବାନଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଆରଟିଓଛକକୁ ଏଣିକି ପର୍ଶୁରାମ ଛକରେ ନାମିତ କରାଯାଇଛି ବୋଲି କହିଥିଲେ। ଆଗକୁ ଏଠାରେ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯିବ ବୋଲି ଶ୍ରୀମତୀ ସାହୁ କହିଥିଲେ। ସେହିପରି ଦିବ୍ୟଜୀବନସଂଘର ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ ଓ ଅନ୍ୟାନ୍ୟ ଅତିଥିଗଣ ଭଗବାନ ପର୍ଶୁରାମଙ୍କ ଅବତାରର ଉଦ୍ଦେଶ୍ୟ , କିଭଳି ଅନ୍ୟାୟ ବିରୁଦ୍ଧରେ ଜଣେ ବ୍ରାହ୍ମଣ ଶସ୍ତ୍ରଉଠାଇ ସତ୍ୟ ଓ ନ୍ୟାୟ ସ୍ଥାପନ କରିଥିଲେ ସେବିଷୟରେ ବକ୍ତବ୍ୟ ରଖିଥିଲେ। ଆଜି ସକାଳୁ ସ୍ଥାନୀୟ ନରସିଂହ ମନ୍ଦିରରେ ଏକ ଯଜ୍ଞ ପର୍ଶୁରାମ ଭଗବାନଙ୍କ ପୂଜନ ଅୟୋଜିତ ହୋଇ ପୂଜାର୍ଚ୍ଚନା ହୋଇଥିଲା । ଦିନ ୧୧ ଟାରେ ନରସିଂହ ମନ୍ଦିର ଠାରୁ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀ ଓ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ମୋଟ ର ସାଇକେଲ ରାଲି ଆୟୋଜିତ ହୋଇଥିଲା । ଶହଶହ ସଂଖ୍ୟାରେ ପୁରୁଷ/ମହିଲା ଏହି ରାଲିରେ ସାମିଲ ହୋଇଥିଲେ। ଆରଟିଓ ଅଫିସଛକକୁ ପହଞ୍ଚିଲା ପରେ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜାରେ ସଂକିର୍ତ୍ତନ ତ୍ରୀପାଠୀ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ଉପଦେଷ୍ଟା ଶିବଶଙ୍କର ଖ୍ୱାସ, ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଗୋବର୍ଦ୍ଧନ ପାଣ୍ଡିଆ, ଗୋପବନ୍ଧୁ ଶତପଥି ସମାଜ ଉପସଭାପତି କିଶୋର ପୁରୋହିତ, ରାଜଶ୍ରୀ ତ୍ରିପାଠୀ, ଓକିଲ ସଂଘର ସଭାପତି ବାସୁଦେବ ରଥ, ପର୍ଶୁରାମ ବାହିନୀର ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତରଂଜନ ମିଶ୍ର, ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ଗୋପବନ୍ଧୁ ପୁରୋହିତ, ଶିବଶଙ୍କର ରଥ, ଦିବାକର ହୋତା, ସୁଧିର ତ୍ରୀପାଠୀ, ଶୟନ ସୁନ୍ଦର ଦାସ ,ଅଶୋକ ତ୍ରୀପାଠୀ, ଓମକାର ନାୟକ, ସାଗରିକା ଗୁରୁ, ରଂଜିତା ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ରଶ୍ମୀତା ଆଚାର୍ଯ୍ୟ, ଆରତୀ ଗୁରୁ, ପ୍ରମିଳ ମିଶ୍ର, ଉତ୍ତମ ନନ୍ଦ, କାହ୍ନା ଶତପଥି, ଗୋବିନ୍ଦ ଶତପଥି, ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ସୁଭାଷ ଶତପଥି, ସୁଭାଷ ନନ୍ଦ, ଗଙ୍ଗାଧର ଚାନ୍ଦ, ନଗର ସଭାପତି ରାକେଶ ପଣ୍ଡା,ତୀର୍ଥବାସୀ ମିଶ୍ର, ଜଗଦିଶ ନାଥ, ସନ୍ତୋଷ ତ୍ରୀପାଠୀ, ଗିରିଶ ପଣ୍ଡା,ସୁଧାଂଶୁ ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିପରି ମୁଖ୍ୟଅତିଥି ଶ୍ରୀ ସିଂଦେଓଙ୍କ ସହିତ ବିଜେଡିର ବରିଷ୍ଠ ନେତା ଲକ୍ଷ୍ମଣ ମେହେର, ନରସିଂହ ବାଗ,ଗୁଲାବ ବାଗ, ଧୃବ ଜୁଏଡ ଙ୍କ ସହିତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥିଲେ। ସଂଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଶୋଭାଯାତ୍ରା ନରସିଂହ ମନ୍ଦିରରୁ ବାହାରି ସହର ପରିକ୍ରମା କରି ବିଭିନ୍ନ ମନ୍ଦିର ଗୁଡ଼ିକରେ ରାସ୍ତାରେ ପୂଜା ମାନ କରି ଦେଶରେ

ପୁଣି ନରସିଂହ ମନ୍ଦିରକୁ ପହଞ୍ଚି ଥିଲା ଓ ଶେଷରେ ସମସ୍ତଙ୍କ ପାଈଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande