ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗୀରର ପର୍ଶୁରାମ ଜୟନ୍ତୀ ପାଳନ
ବଲାଙ୍ଗୀର, ୧୯ ଏପ୍ରିଲ୍(ହି.ସ.) – ସକାଳ ଘ.୮ ସମୟରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ସତ୍ୟବନ୍ତ ବେଦବାକଙ୍କ କର୍ତୃତ୍ୱରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସମସ୍ତ କାର୍ଯ୍ୟକର୍ତା, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ଅନ୍ୟାନ୍ୟ ସଦସ୍ୟ ଗହଣରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଉତ୍ସବ ପଣ୍ଡିତ ଲକ୍ଷ୍ମୀପ୍ରସ
ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ର ପର୍ଶୁରାମ ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ର ପର୍ଶୁରାମ ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ର ପର୍ଶୁରାମ ଜୟନ୍ତୀ ପାଳନ


ବଲାଙ୍ଗୀର, ୧୯ ଏପ୍ରିଲ୍(ହି.ସ.) – ସକାଳ ଘ.୮ ସମୟରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ସତ୍ୟବନ୍ତ ବେଦବାକଙ୍କ କର୍ତୃତ୍ୱରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସମସ୍ତ କାର୍ଯ୍ୟକର୍ତା, କାର୍ଯ୍ୟକାରୀ କମିଟି ସଦସ୍ୟ ଓ ଅନ୍ୟାନ୍ୟ ସଦସ୍ୟ ଗହଣରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଉତ୍ସବ ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ଉତ୍ସବରେ ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ, ଅଶୋକ କୁମାର ମିଶ୍ର, ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତି, ଗୋପବନ୍ଧୁ ଶତପଥି, ସାମ୍ବାଦିକ ବଳରାମ ମିଶ୍ର, ସଂକିର୍ତନ ତ୍ରିପାଠୀ, ଜୟବିହାରି ବେଦବାକ, ଜଗନ୍ନାଥ ଷଡଙ୍ଗି, ରବିନ୍ଦ୍ର ମିଶ୍ର, ପଂଚାନନ ବେଦବାକ, ଶ୍ୟାମ ସୁନ୍ଦର ମିଶ୍ର, ଆଶୁତୋଷ ମିଶ୍ର, ଦଧିବାମନ ପଣ୍ଡା, ପ୍ରଭୁଦତ ଶତପଥି, ସାଗରିକା ଗୁରୁ, ଯଶୋବନ୍ତି ଷଡଙ୍ଗି, ଶିବ ଶଙ୍କର ଖୁଆସ, ଜୟରାମ ମିଶ୍ର, କିଶୋର କୁମାର ମିଶ୍ର, ପ୍ରାଣବଲ୍ଲଭ ତ୍ରିପାଠି ପ୍ରମୁଖ ଯୋଗ ଦେଇଥିଲେ। ଭଗବାନ ପର୍ଶୁରାମ ଙ୍କ ପୂଜାର୍ଚ୍ଚନା, ଆରତି, ପୁଷ୍ପାଞ୍ଜଳି, ନୈବେଦ୍ୟ ଅର୍ପଣ ଉପରାନ୍ତ ଧନଞ୍ଜୟ ମିଶ୍ରଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ ନବମ ସ୍କନ୍ଧ ବଂଶାନୁଚରିତ୍ରରେ ଭଗବାନ ପର୍ଶୁରାମଙ୍କ ଜନ୍ମ, କର୍ମ, ପଠନ ଶ୍ରବଣ କିର୍ତନ ମନନ ପରେ ଜୟନ୍ତୀ ଉତ୍ସବ ସମାପନ ହେଲା। ପରେ ସମସ୍ତ ସଦସ୍ୟ ପର୍ଶୁରାମ ଛକ ଠାରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତିି ଉନ୍ମୋଚନରେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande