ଜୟପୁରରେ ସିୱା ଅନୁଷ୍ଠାନର ମହିଳା ଶାଖା ଦ୍ୱାରା ମେଗା ରକ୍ତଦାନ ଶିବିର ଆୟୋଜିତ
ଜୟପୁର, ୧୯ ଏପ୍ରିଲ୍ (ହି.ସ.)- ଆଜି ଜୟପୁରର ଶ୍ରୀ ଅଗ୍ରସେନ ଭବନ ଠାରେ ସିୱା ଅନୁଷ୍ଠାନର ମହିଳା ଶାଖା ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ଏହି ଶିବିରରେ ୨୮୦ ଜଣ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ଏହାର ବିଶେଷତା ହେଉଛି ସମାଜର ବିଭିନ୍ନ ବର୍ଗର ଲୋକ, ପରିବାର ଓ ଦମ୍ପତିମ
ଜୟପୁରରେ ସିୱା ଅନୁଷ୍ଠାନର ମହିଳାଶାଖା ଦ୍ୱାରା ମେଗା ରକ୍ତଦାନ ଶିବିର ଆୟୋଜିତ


ଜୟପୁର, ୧୯ ଏପ୍ରିଲ୍ (ହି.ସ.)-

ଆଜି ଜୟପୁରର ଶ୍ରୀ ଅଗ୍ରସେନ ଭବନ ଠାରେ ସିୱା ଅନୁଷ୍ଠାନର ମହିଳା ଶାଖା ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ଏହି ଶିବିରରେ ୨୮୦ ଜଣ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ଏହାର ବିଶେଷତା ହେଉଛି ସମାଜର ବିଭିନ୍ନ ବର୍ଗର ଲୋକ, ପରିବାର ଓ ଦମ୍ପତିମାନେ ମଧ୍ୟ ତୀବ୍ର ଗ୍ରୀଷ୍ମ ତାପ ସତ୍ତ୍ୱେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଏହି ମହାନ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ ପ୍ରଦୀପ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଥିଲେ ମଧ୍ୟ ମହିଳା ଶାଖାର ସଦସ୍ୟାମାନଙ୍କ ସହ ସିୱା ଅନୁଷ୍ଠାନର ପ୍ରତ୍ୟେକ ସଭ୍ୟ ଏହାକୁ ସାଫଲ୍ୟମଣ୍ଡିତ କରିବା ଦିଗରେ ଭରପୁର ପ୍ରୟାସ ଜାରି ରଖିଥିଲେ। ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଦିଗରେ ଗୋଟିଏ ପକ୍ଷରେ ଅନୁଷ୍ଠାନର ସମସ୍ତ ସଭ୍ୟ ଆଉ ଅନ୍ୟ ପକ୍ଷରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଭାବର ରଖିଥିବା କଳାକାରମାନେ ମଧ୍ୟ ସ୍ୱତଃପ୍ରବୃତ ଭାବେ ନିଜ ଆଡୁ ଲୋକଙ୍କୁ ଏ ଦିଗରେ ସଚେତନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।

ସିୱା ଅନୁଷ୍ଠାନର ମହିଳା ଶାଖା ପକ୍ଷରୁ —ସୁମନ ମୁନ୍ଦ୍ରା, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଲିପିକା ପାତ୍ରା, ସୁଭାସ୍ମିତା ସାହୁ, ମମତା ନାୟକ, ଭୂଲକ୍ଷ୍ମୀ ଆଚାରୀ, ମମତା ସାହୁ, ମମତାଞ୍ଜଳି ଦାସ, ରସ୍ମିତା ଚୌଧୁରୀ, ବାଣୀ ପଟ୍ଟନାୟକ, କେ.ଦିବ୍ଯା, ମମତା ମହାପାତ୍ର, ଜୟା ମିଶ୍ର, ଆଶା, ମମତା ଦାଣ, ସଂଧ୍ଯାରାଣୀ ପଟ୍ଟନାୟକ ପ୍ରମୁଖ ଏହି ଶିବିରକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇ ଥିଲାବେଳେ ଅନୁଷ୍ଠାନର ସଭାପତି ଅଜୟ କୁମାର ମିଶ୍ର, ସଂପାଦକ ପ୍ରତାପ ପଟ୍ଟନାୟକ, ଉପ ସଭାପତି ଜି.ୱେଙ୍କଟରେଡ୍ଡି, ସହ ସଂପାଦକ କେ.କ୍କୀଷ୍ଣା ରାଓ ତଥା କୋଷାଧ୍ୟକ୍ଷ ରଞ୍ଜିତନାୟକ ସମେତ ସୁଧାକର ପଟ୍ଟନାୟକ, ସୌମ୍ୟରଂଜନ ଦଳାଇ, ବିଶ୍ୱଜୀତ ମିଶ୍ର, ଗୋପାଳ ସାହୁ, କୃଷ୍ଣଚନ୍ଦ ଦାଶ, ଦୀପକ ଷଢ଼ଙ୍ଗୀ, ରମେଶ ପଟ୍ଟନାୟକ, ମୂରଲୀ ପଟ୍ଟନାୟକ, ପିଲ୍ଲୁ ଦାଶ, କେ.ମୋହନ ରାଓ, ମୁନ୍ନା ଚୌଧୁରୀ, ରମେଶ ଚୌଧୁରୀ, ନିରଂଜନ ପାଣିଗ୍ରାହୀ, ରବିନ୍ଦ୍ରନାଥ ସାହୁ, ଶଶୀଧର ପଟ୍ଟନାୟକ, ମୁରଲୀକୃଷ୍ଣ ପଟ୍ଟନାୟକ, ନଳନୀ କୁମାର ଏବଂ ଫଣି ତୀୱାରୀ

ପ୍ରମୁଖ କାର୍ଯ୍ଯକ୍ରମକୁ ସାଫଲ୍ଯମଣ୍ଡିତ କରିବା ଦିଗରେ ସହଯୋଗ କରିଥିଲେ। ବିଶେଷ କରି ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀମାନେ ଦିନ ତମାମ ଉପସ୍ଥିତ ରହି ରକ୍ତଦାତା, ଆମନ୍ତ୍ରିତ ଅତିଥି ତଥା ଆୟୋଜକମାନଙ୍କୁ ସହାୟତା କରୁଥିଲେ।

ଏହି ଅବସରରେ ଜୟପୁରର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଆୟୋଜକମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ରକ୍ତଦାତାମାନଙ୍କୁ ତାଙ୍କର ନିଃସ୍ୱାର୍ଥ ସେବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇ ସମାଜିକ ଦାୟିତ୍ୱ ଓ ମାନବତାର ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande