ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା
ମାଲକାନଗିରି, ୧୯ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ସ୍ଥାନୀୟ ଦୂର୍ଗା ମଣ୍ଡପ ନିକଟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତା''ର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସମସ୍ତ ଜରୁରୀ କାର
ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା


ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା


ମାଲକାନଗିରି, ୧୯ ଏପ୍ରିଲ୍ (ହି.ସ.)-

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ସ୍ଥାନୀୟ ଦୂର୍ଗା ମଣ୍ଡପ ନିକଟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତା'ର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ମାଧ୍ୟମରେ ଖୁବ କମ୍ ସମୟରେ ହୋଇପାରୁଛି । ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ସମସ୍ତଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର । ଟିକେ ସତର୍କତା ଅବଲମ୍ବନ ନ କଲେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବାକୁ ପଡିବ । ଜନସାଧାରଣ କିପରି ସାଇବର ଠକାମୀର ଶିକାର ନ ହେବେ ସେଥିପାଇଁ ରବିବାର କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ବାଳ, ଗୌତମ କୀର୍ତ୍ତନିୟା ଓ ସମେରେନ୍ଦ୍ର ବିଶୋଇ ସାଇବର ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ । ପୁଲିସ ପକ୍ଷରୁ କରାଯାଉଥିବା ସାଇବର ସଚେତନତା ବିଷୟକୁ ଅବଲମ୍ବନ କରି ନିଜେ ସତର୍କ ରହିବା ଓ ସଚେତନ ହୋଇ ଅନ୍ୟମାନଙ୍କୁ ମଧ୍ୟ ସାଇବର ସୁରକ୍ଷା ପାଇଁ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ଆକାଉଣ୍ଟ ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ବିବରଣୀ କୈାଣସି ଅଜ୍ଞାତ ବ୍ୟକ୍ତିଙ୍କୁ ଶେୟାର ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ସୁରକ୍ଷା ଉପରେ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିବା ସହ ଏକ ସଚେତନ ନାଟକ ପରିବେଷଣ କରିଥିଲେ ।

ଏହି ସାଇବର ସୁରକ୍ଷା ଅଭିଯାନ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ତଥା ସୋସିଆଲ ମିଡ଼ିଆ ଫେସବୁକ, ଟ୍ୱିଟର ଆଦିରେ ସାଇବର ସମ୍ବନ୍ଧିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande