ଓଡ଼ିଶା ଗସ୍ତରେ ଦଶଟି ଦେଶର ସୋସିଆଲ୍ ମିଡ଼ିଆ ଇନ୍ଫ୍ଲୁଏନ୍ସର୍
ଖଣ୍ଡଗିରି-ଉଦୟଗିରିରୁ ରଘରାଜପୁର ଓ କୋଣାର୍କ ପର୍ଯ୍ୟନ୍ତ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସୂଚନା ଓ ଲୋକସମ୍ପର୍କ ବିଭାଗର ସୁସମନ୍ୱୟରେ ସଫଳ
ଓଡ଼ିଶା ଗସ୍ତରେ ଦଶଟି ଦେଶର ସୋସିଆଲ୍ ମିଡ଼ିଆ ଇନ୍ଫ୍ଲୁଏନ୍ସର୍


ଖଣ୍ଡଗିରି-ଉଦୟଗିରିରୁ ରଘରାଜପୁର ଓ କୋଣାର୍କ ପର୍ଯ୍ୟନ୍ତ

ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ

ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ

ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ

କାର୍ଯ୍ୟକ୍ରମ

ସୂଚନା ଓ ଲୋକସମ୍ପର୍କ ବିଭାଗର ସୁସମନ୍ୱୟରେ ସଫଳ

ଭୁବନେଶ୍ୱର, 19 ଏପ୍ରିଲ (ହି.ସ.) ଭୂଟାନ, କାମ୍ବୋଡ଼ିଆ,

ଲାଓସ୍‌, ମାଲେସିଆ, ମଙ୍ଗୋଲିଆ,

ମ୍ୟାନ୍‌ମାର, ନେପାଳ, ସିଙ୍ଗାପୁର,

ଥାଇଲାଣ୍ଡ ଓ ଭିଏତନାମ୍‌ରୁ ଏକ ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏସର ଏବଂ

କଣ୍ଟେଣ୍ଟ କି୍ରଏଟରମାନଙ୍କର ଏକ ପ୍ରତିନିଧି ଦଳ ୧୬ରୁ ୧୯ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା

ଗସ୍ତରେ ଆସିଥିବାବେଳେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ

ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତମ ସମନ୍ୱୟରେ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ

ହୋଇଛି ।

ଏହି ଦଳରେ

ଟ୍ରାଭେଲ ବ୍ଲଗର୍‌,

ଖାଦ୍ୟ ଓ ଲାଇଫ୍‌ ଷ୍ଟାଇଲ୍‌ ଇନ୍‌ଫ୍ଲୁଏନ୍ସର, େୱଲ୍‌ନେସ୍‌ ବ୍ଲଗର,

ଐତିହ୍ୟ ଅନୁସନ୍ଧାନକାରୀ ଏବଂ ଡକୁ୍ୟମେଣ୍ଟାରୀ ନିର୍ମାତାମାନେ ସାମିଲ

ଥିଲେ । ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସହିତ ରାଜ୍ୟର ଉନ୍ନତି ଓ

ପ୍ରଗତିମୂଳକ ପ୍ରୟାସଗୁଡ଼ିକୁ ଅତି ନିକଟରୁ ପରଖିବା ସହ ଅନୁଭବ କରିବାର ସୁଯୋଗ ଲାଭ କରିଥିଲେ ।

ଦଳର ସଦସ୍ୟମାନେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଇତିହାସ, ଜୈନ ଧର୍ମର ମହାନ ପରମ୍ପରା ଓ ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନେ

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସେଠାରେ ନିର୍ମାଣ ଓ ପ୍ରଯୁକ୍ତି ବିଦ୍ୟା, ମେକାଟ୍ରୋନିକ୍ସ ପରି କ୍ଷେତ୍ରରେ ଅନ୍ତର୍ଜାତୀୟ ମାନ ଅନୁସାରେ ଦିଆଯାଉଥିବା ଆଧୁନିକ

ଦକ୍ଷତାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ । ଭର୍ଚୁଆଲ୍‌ ରିଅଲିଟି ଆଧାରିତ

ପ୍ରଶିକ୍ଷଣ,

ବୁ୍ୟଟି ଓ େୱଲ୍‌ନେସ୍‌ ଶିକ୍ଷା, ମେକାଟ୍ରୋନିକ୍ସ କାର୍ଯ୍ୟକଳାପଗୁଡ଼ିକୁ ପ୍ରାୟୋଗିକ ଭାବେ ଦେଖିବା ଓ ଅନୁଭବ କରିବାର ସୁଯୋଗ

ପାଇଥିଲେ ।

ପରେ ସେମାନେ

ରଘୁରାଜପୁରର ହେରିଟେଜ୍‌ କ୍ରାଫଫ ଭିଲେଜ୍‌ ଗସ୍ତ କରି

ପଟ୍ଟଚିତ୍ର ଚିତ୍ରକଳା ଓ ତାଳପତ୍ର ଖୋଦେଇ ପରି ପାରମ୍ପରିକ କଳାର ପ୍ରତ୍ୟକ୍ଷ ପ୍ରଦର୍ଶନ

କରିବା ସହ କଳାକାରମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ସେମାନେ ବିଶ୍ୱବିଖ୍ୟାତ କୋଣାର୍କ

ସୂର୍ଯ୍ୟମନ୍ଦିରର ଅତୁଳନୀୟ କାରୁକାର୍ଯ୍ୟ ପରିଦର୍ଶନ କରି ଏହାର ରଥାକାର ନିର୍ମାଣ ଶୈଳୀ, ସୂକ୍ଷ୍ମ ଶିଳ୍ପକଳା ଓ ସୂର୍ଯ୍ୟ ଉପାସନାର ମହିମାକୁ ଅନୁଭବ କରିଥିଲେ ।

ଏହି ଅବସରରେ

ଡିଜିଟାଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଲେ ଯେ ଓଡ଼ିଶାରେ

ସେମାନଙ୍କର ଗସ୍ତର ଅଭିଜ୍ଞତା ଅତ୍ୟନ୍ତ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ । ଏଠିକାର ଆତିଥ୍ୟ, ସଂସ୍କୃତି,

ପରମ୍ପରିକ ଖାଦ୍ୟ ଓ ଲୋକମାନଙ୍କର ଆତିଥ୍ୟତା ଓ ଅତ୍ମୀୟତା ସେମାନଙ୍କୁ

ବହୁଳ ଭାବେ ପ୍ରଭାବିତ କରିଛି । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମରେ ପୁନର୍ବାର ଯୋଗଦେବା

ପାଇଁ ଆଶା ପ୍ରକଟ କରିବା ସହ ଓଡ଼ିଶାର ଏହି ମହାନ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ

ସେମାନେ ଯଥା ସମ୍ଭବ ଚେଷ୍ଟାରତ ରହିବେ ବୋଲି ପ୍ରକାଶ କରିଥିଲେ ।

ଓଡ଼ିଶା ସରକାରଙ୍କ

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକଙ୍କର ପ୍ରତ୍ୟକ୍ଷ

ତତ୍ତ୍ୱାବଧାନରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଭାଗୀୟ ଅଧିକାରୀମାନେ

ସମନ୍ୱୟ ରକ୍ଷାପୂର୍ବକ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande