
ପୁରୀ, ୧୯ ଏପ୍ରିଲ୍ (ହି.ସ.)- ବରିଷ୍ଠ ନାଗରିକ ମାନେ ଅଲୋଡା ନୁହନ୍ତି। ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ସମାଜକୁ ବିକାଶ ଓ ସମୃଦ୍ଧି ପଥରେ ମାର୍ଗଦର୍ଶନ କରାଇଥାଏ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଆଜି ପୂର୍ବାହ୍ନରେ ସର୍ବୋଦୟ ନଗର ଶିରିଡି ସାଇ ମନ୍ଦିର
ପ୍ରାଙ୍ଗଣରେ ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ନାଗରିକ ମାନଙ୍କର ସଂଗଠନ ପ୍ରତିଷ୍ଠା ଦ୍ଵାରା ସେମାନଙ୍କ ପାରସ୍ପରିକ ସହଯୋଗ, ଭାବର ଆଦାନ ପ୍ରଦାନ, ସମନ୍ୱୟ ଓ ସେବା ମନୋଭାବ ବୃଦ୍ଧି ପାଉଛି। ଏହା ଏକ ସୁନ୍ଦର ପଦକ୍ଷେପ। ଏକ ହେ, ତୋ ସେଫ୍ ହେ ବୋଲି ସେ କହିବା ସହ ବରିଷ୍ଠ ମାନଙ୍କୁ ସୁରକ୍ଷା, ସେମାନଙ୍କ ଆବଶ୍ୟକତା, ସେମାନଙ୍କ ସଂଗଠନ ପାଇଁ ଗୃହ, ମନ୍ଦିର ଦର୍ଶନ ପାଇଁ ଦାବି ଇତ୍ୟାଦି ସମ୍ପର୍କରେ ବ୍ୟବସ୍ଥା କରାଯିବ ବୋଲି ମତ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ବିବିଧ ବ୍ୟବସ୍ଥା କରିଛନ୍ତି।ସେମାନେ ମଧ୍ୟ ସଂଘ ମାଧ୍ୟମରେ ସେମାନଙ୍କ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କରି ଖୁସି ଅନୁଭବ କରୁଛନ୍ତି। ସେମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପର୍ଯ୍ୟାୟ କ୍ରମେ ପୂରଣ କରାଯାଉଛି ବୋଲି ସେ କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅରବିନ୍ଦ ଶତପଥୀ, ରବିନ ଦାସ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ତ୍ୟାଗ, ପରୋପକାର, ଦାୟିତ୍ୱ, କର୍ତ୍ତବ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ରବି ନାରାୟଣ ପ୍ରହରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ କୃତିବାସ କାମଲା ବାର୍ଷିକ ବିବରଣୀ ପାଠ ଓ ପ୍ରଫେସର ଡ. ମନୋଜ ସାମନ୍ତରାୟ ସ୍ୱାଗତ ଭାଷଣ ଏବଂ ମଞ୍ଚ ସଂଚାଳନ କରିଥିଲେ | କାର୍ଯ୍ୟକାରୀ ସଭାପତି ବିଶ୍ବନାଥ ପଞ୍ଚ, ମୁଖ୍ୟ ପରାମର୍ଶଦାତା ଭୀମସେନ୍ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ସହକାରୀ ସମ୍ପାଦକ ଗୋପୀନାଥ ମହାନ୍ତି, ନିରଂଜନ ଦାସ, ଦୀପକ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଆଜୀବନ ସଦସ୍ୟ ପ୍ରଫେସର. ପ୍ରଭାତ ରଂଜନ ମହାପାତ୍ର, କଳ୍ପନା ପ୍ରଧାନ, ସୁରେନ୍ଦ୍ର ପରିଡା,ହର ପ୍ରସାଦ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସୁରେଶ କୁମାର ମୁନି, ଜଗବନ୍ଧୁ ରଥ, ବିଭୁତି ଭୂଷଣ ପଟ୍ଟନାୟକ, ବିଶ୍ବନାଥ ମିଶ୍ର, ଅଭିମନ୍ୟୁ ନାୟକ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ