



ବଲାଙ୍ଗିର, 22 ଏପ୍ରିଲ୍ (ହି.ସ.) -ବଲାଙ୍ଗିର ପୌରାଞ୍ଚଳ ରେ ଗ୍ରୀଷ୍ମକାଳୀନ ଜଳଛତ୍ର ଆରମ୍ଭ ହୋଇ ଯାଇଚି.ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସଂସ୍ଥା ତରଫରୁ ପାନୀୟ ଜଳ ବଣ୍ଟନ ଦାୟିତ୍ଵ ଦିଆଯାଇଛି . ମେଡିକାଲ କଲେଜ ଛକ, ଷ୍ଟେଟବ୍ଯାଙ୍କ ଆଗରେ, ସୁବର୍ଣ୍ଣପୁର ରାସ୍ତାରେ ପୁଇଁତଳା ବ୍ଲକ ପାଖରେ ଓ ଟିଟିଲାଗଡ ରାସ୍ତାର ନୂତନ ବସ ଟର୍ମିନାଲ ରାସ୍ତାରେ ଚାରିଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ସହିତ ଦହିପାଣି, ରସନା ସର୍ବତ
ବଣ୍ଟନ କରାଯାଉଚି. ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ହେଲା ଉତ୍ତାପ ବୃଦ୍ଧି ପାଇଛି, ପ୍ରବଳ ଉତ୍ତାପ ସହିତ ଗରମ ପବନ ପ୍ରବାହିତ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଛି. ଗରମ ଅନୁଭୂତ ଭିତରେ ଲୋକଙ୍କ ତୃଷା ମେଣ୍ଟାଇବା ଦିଗରେ ପୌରସଂସ୍ଥା ର ଏହି ପଦକ୍ଷେପକୁ ସାଧାରଣ ରେ ସ୍ଵାଗତ କରାଯାଇଛି
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ