
ନୂଆପଡ଼ା,୨୨ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ୱାର୍ଡ ନଂ ୭ର ନନ୍ଦୁଲାଲ ଅଗ୍ରୱାଲ(୩୮) ନମକ ଯୁବକ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଖଡ଼ିଆଳ ସହରର ଡେଲି ମାର୍କେଟ ରାସ୍ତାରେ ନନ୍ଦୁଲାଲ ଅଗ୍ରୱାଲ ତିରୁପତି ହାର୍ଡୱେର ନାମକ ଏକ ଦୋକାନ କରିଥିଲେ। ଦୋକାନ ଠିକଠାକ ଚାଲିଥିବା ବେଳେ ଆଜି ନନ୍ଦୁଲାଲ ଅଗ୍ରୱାଲ ତାଙ୍କ ହାର୍ଡୱେର ଦୋକାନ ଭିତରେ ଏକ ପ୍ଲାଷ୍ଟିକ ଦୌଡ଼ି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି। ବାପା ବିଜୁ ଅଗ୍ରୱାଲଙ୍କ ତିନି ଜଣ ପୁତ୍ର ଥିବା ବେଳେ ଦ୍ୱିତୀୟ ପୁତ୍ର ନନ୍ଦୁଲାଲ ଅଗ୍ରୱାଲ ବୋଲି ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ