ଅଧିକ ଗ୍ରୀଷ୍ମ ପ୍ରଭାବ ସମୟରେ ବନ୍ଦ କରାଯାଇପାରେ ଜନଗଣନା- ରାଜସ୍ବ ମନ୍ତ୍ରୀ
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି ଭୁବନେଶ୍ୱର, 22 ଏପ୍ରିଲ (ହି.ସ.) ଅଧିକ ଗ୍ରୀଷ୍ମ ପ୍ରଭାବ ସମୟରେ ବନ୍ଦ କରାଯାଇପାରେ ଜନଗଣନା । ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ଏହାସହିତ ଜନଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁର
ଅଧିକ ଗ୍ରୀଷ୍ମ ପ୍ରଭାବ ସମୟରେ ବନ୍ଦ କରାଯାଇପାରେ ଜନଗଣନା- ରାଜସ୍ବ     ମନ୍ତ୍ରୀ


ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି

ଭୁବନେଶ୍ୱର, 22 ଏପ୍ରିଲ (ହି.ସ.) ଅଧିକ ଗ୍ରୀଷ୍ମ ପ୍ରଭାବ ସମୟରେ ବନ୍ଦ କରାଯାଇପାରେ ଜନଗଣନା । ଜନଗଣନା

ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ଏହାସହିତ ଜନଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ

ସୁରକ୍ଷାକୁ ନଜରରେ ରଖି ସରକାର ଶୀଘ୍ର ଏକ ସ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜର ଆଣିବାକୁ ଯାଉଛନ୍ତି

। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ସୁରେଶ ପୁଜାରୀ ଏହି ସୂଚନା ଦେଇଛନ୍ତି । ଏ ନେଇ ସେ

ବିଭାଗର ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି । ଜନଗଣନାରେ ନିୟୋଜିତ ଅଧିକାରୀଙ୍କ ସହ ବି ବୈଠକ ହେବ ।

ମନ୍ତ୍ରୀ କହିଛନ୍ତି

ଯେ, ଘରେ ଘରେ ଯାଇ ଜନଗଣନା କରିବା ଏକ ବଡ଼ ଚ୍ୟାଲେଞ୍ଜ।

ବର୍ତ୍ତମାନର ହିଟୱେଭ ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ କର୍ମଚାରୀ ଅସୁସ୍ଥ ହେବା ଖବର

ମିଳିଛି,

ଯାହାକୁ ସରକାର ଗୁରୁତ୍ୱ ସହ କେବଳ ନେଉଛନ୍ତି।

ସେହିପରି, ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟିଥିବା ସୂଚନା ମଧ୍ୟ ଆସିଛି। ଏହାକୁ

ଗୁରୁତ୍ୱ ସହ ନେଇ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା କରାଯାଇଥିବା ମନ୍ତ୍ରୀ ଜଣାଇଛନ୍ତି।

ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସରକାରଙ୍କ ପାଇଁ ସବୁଠୁ ବଡ଼ ଦାୟିତ୍ୱ।

ଯେଉଁଠି ଆକ୍ରମଣ ଘଟିଛି, ସେଥିରେ ଦୋଷୀଙ୍କ ବିରୋଧରେ କଠୋର

ପଦକ୍ଷେପ ନିଆଯିବ। ସେ ସ୍ପଷ୍ଟ କରିଥିଲେ ଯେ, ଆକ୍ରମଣକାରୀମାନେ ପାତାଳରେ ଲୁଚିଥିଲେ ମଧ୍ୟ ତାଙ୍କୁ ଖୋଜିକି ଆଣି ଆଇନ ଅନୁସାରେ କଡ଼ା

କାର୍ଯ୍ୟନୁଷ୍ଠାନ ହେବ।

ସେହିପରି ୨୩ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ଆବଶ୍ୟକ ପଡ଼ିଲେ ଆଗକୁ ଛୁଟି ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande