ଜେଏସଡବ୍ଲ୍ୟୁ–ଜେଏଫଇ ମିଳିତ ପ୍ରୟାସରେ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍ ଉନ୍ମୋଚନ
Jsw and jfe steel limited
ଜେଏସଡବ୍ଲ୍ୟୁ–ଜେଏଫଇ ମିଳିତ ପ୍ରୟାସରେ ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍ ଉନ୍ମୋଚନ


ଝାରସୁଗୁଡ଼ା, ୨୪ ଏପ୍ରିଲ୍ (ହି.ସ.) - ଭାରତ–ଜାପାନ ଔଦ୍ୟୋଗିକ ସହଯୋଗରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେଲା । ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍ଙ୍କ ୫୦:୫୦ ଯୁକ୍ତ ଉଦ୍ୟମର ନୂତନ ପରିଚୟ “ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍” ଆଜି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଏହି ସଂସ୍ଥା ସମ୍ବଲପୁରରେ ଅବସ୍ଥିତ ଏକୀକୃତ ଇସ୍ପାତ କାରଖାନାକୁ ଅନ୍ତର୍ଭୁକ୍ତ କରେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେଏସଡବ୍ଲ୍ୟୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦାଲ, ପାର୍ଥ ଜିନ୍ଦାଲ, ଜେଏଫଇ ହୋଲ୍ଡିଂସ୍ର ପ୍ରେସିଡେଂଟ ଓ ସିଇଓ ଯୋଶିହିସା କିତାନୋ ଓ ଜାପାନର ଭାରତସ୍ଥ ରାଜଦୂତ ଉପସ୍ଥିତ ଥିଲେ ।

ପୂର୍ବରୁ “ଜେଏସଡବ୍ଲ୍ୟୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡ୍” ନାମରେ ପରିଚିତ ଏହି ସଂସ୍ଥାର ନୂତନ ପରିଚୟ ଉନ୍ମୋଚନ ସହିତ ଜେଏସଡବ୍ଲ୍ୟୁ–ଜେଏଫଇ ସହଯୋଗର ୧୫ ବର୍ଷ ପୂର୍ତି ଉତ୍ସବ ମଧ୍ୟ ପାଳିତ ହୋଇଛି। ୨୦୦୯ ରୁ ଆରମ୍ଭ ହୋଇଥିବା ଏହି ଭାଗୀଦାରୀ ଏବେ ଦୃଢ଼ ରଣନୀତିଗତ ସମ୍ପର୍କରେ ପରିଣତ ହୋଇଛି।

ସଜ୍ଜନ ଜିନ୍ଦାଲ କହିଛନ୍ତି ଯେ, ଏହି ଯୁକ୍ତ ଉଦ୍ୟମ ଦୁଇଟି ଶକ୍ତିଶାଳୀ ଔଦ୍ୟୋଗିକ ପରମ୍ପରାର ସଂଯୋଗ ଏବଂ ଭାରତର ଇସ୍ପାତ ଶିଳ୍ପର ଭବିଷ୍ୟତ ଗଢ଼ିବାରେ ଏକ ମୁଖ୍ୟ ଭୂମିକା ନିଭାଇବ । ଜେଏଫଇର ଆଧୁନିକ ପ୍ରଯୁକ୍ତି ଓ ଜେଏସଡବ୍ଲ୍ୟୁର କାର୍ଯ୍ୟକୁଶଳତା ମିଶି ଦେଶରେ ସସ୍ଥାୟୀ ଇସ୍ପାତ ଉତ୍ପାଦନକୁ ଆଗକୁ ନେବ ବୋଲି ସେ କହିଛନ୍ତି ।

ଯୋଶିହିସା କିତାନୋ ମଧ୍ୟ କହିଛନ୍ତି ଯେ, ଏହି ନୂତନ ପର୍ଯ୍ୟାୟରେ ଦୁଇ ସଂସ୍ଥା ମିଶି ଭାରତର ଔଦ୍ୟୋଗିକ ବିକାଶକୁ ଅଧିକ ଗତି ଦେବେ ଓ ଶେୟରହୋଲ୍ଡରମାନଙ୍କୁ ମୂଲ୍ୟ ଦେବେ ।

ସମ୍ବଲପୁରରେ ଅବସ୍ଥିତ ଏହି କାରଖାନା ରେଲ୍ ଓ ସଡ଼କ ସଂଯୋଗରେ ସୁବିଧାଜନକ ଏବଂ ଆୟରନ ଓର୍ ଖଣିକୁ ନିକଟରେ ଥିବାରୁ କାଚାମାଳ ସୁରକ୍ଷା ଓ ଖର୍ଚ୍ଚରେ ସ୍ପର୍ଦ୍ଧାତ୍ମକ ସୁବିଧା ମିଳୁଛି । ଏଠାରେ ହଟ୍-ରୋଲ୍ଡ କଏଲ୍ସ, କୋଲ୍ଡ-ରୋଲ୍ଡ କଏଲ୍ସ ସହିତ ବିଭିନ୍ନ ମୂଲ୍ୟ ବୃଦ୍ଧି ପ୍ରଡକ୍ଟ ଉତ୍ପାଦନ ହୋଇ ଆଟୋମୋବାଇଲ୍, ଇନ୍ଫ୍ରାସ୍ଟ୍ରକ୍ଚର, ନିର୍ମାଣ ଓ କ୍ୟାପିଟାଲ୍ ଗୁଡ୍ସ କ୍ଷେତ୍ରକୁ ଯୋଗାଣ ଦିଆଯାଉଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande