
ଭଦ୍ରକ, ୨୪ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲାରେ ମୋଦି ସରକାରଙ୍କ ମହିଳା ବିଲ୍କୁ ସମର୍ଥନ କରି ହଜାର ହଜାର ମହିଳା କଂଗ୍ରେସ, ବିଜେଡି ଏବଂ ଅନ୍ୟ ଆଂଚଳିକ ଦଳର ମହିଳା ବିରୋଧୀ ବିଚାର ବିରୁଦ୍ଧରେ ଆଜି ମହିଳା ଆକ୍ରୋଶ ଜନସମାବେଶ ଓ ବିକ୍ଷୋଭ କାର୍ଯ୍ୟକ୍ରମ ବିଶାଳ ଆକାରରେ ଅନୁଷ୍ଠିତ ହୋଇଯାଇଛି। ନୂଆବଜାର ସ୍ଥିତ ଗାନ୍ଧିପଡ଼ିଆ ଠାରୁ ଆରମ୍ଭ ହୋଇ ବ୍ଲକ ଛକ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା। ବ୍ଲକ ସମ୍ମୁଖରେ ଜନ ଆକ୍ରୋଶ ସଭା ସହ କୁଶପୁତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ପୂର୍ବତନ ପୌରପାଳ ଇଂ ପ୍ରୟାସ କାନ୍ତି ସାମଲ, ବରିଷ୍ଠ ନେତା ସୁଧାଂଶୁ ଶେଖର ନାୟକ, ଅଜୟ ନାୟକ ଉପସ୍ଥିତ ରହି ମହିଳାଙ୍କ ଅଧିକାର ଓ ସମ୍ମାନ ପାଇଁ ସ୍ୱର ଉତୋଳନ କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ମହିଳା ଯୋଗଦେଇ ନିଜର ଅଧିକାର ଓ ସୁରକ୍ଷା ପାଇଁ ଦୃଢ଼ ସନ୍ଦେଶ ପ୍ରଦାନ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ