
ବଲାଙ୍ଗିର, 24 ଏପ୍ରିଲ୍ (ହି.ସ.)
ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ । ମେଡିକାଲ ଛାତରୁ ଡେଇଁ ଜଣେ ମହିଳା ମୃତ । ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତା ଙ୍କ ଘର ଡୁମେରବାହାଲ ଗାଁରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ସ୍ଵାମୀ ସେବକରାମ ବାଗଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତଦେହ ଦେଖିବା ପରେ ସହ୍ୟ କରିନପାରି ମହିଳା ମେଡିକାଲ ଛାତରୁ ଡେଇଁ ଜୀବନ ହାରିଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ