ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ
ସୁବର୍ଣ୍ଣପୁର, 24 ଏପ୍ରିଲ୍ (ହି.ସ.) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବୀରମହାରାଜପୁର ବିଧାୟକଇଂ ରଘୁନାଥ ଜଗଦଲା
ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ


ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ


ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ


ସୁବର୍ଣ୍ଣପୁର, 24 ଏପ୍ରିଲ୍ (ହି.ସ.)

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବୀରମହାରାଜପୁର ବିଧାୟକଇଂ ରଘୁନାଥ ଜଗଦଲା ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ପ୍ରହଲ୍ଲାଦ ନାଏକ, ଜିଲ୍ଲାପରିଷଦ ସଭ୍ୟ ମଧୁସୂଦନ ଓତା, ସମାଜସେବୀ ବେଣୁଧର ଦାସ, ମାନନୀୟା ବଲାଙ୍ଗୀର ସଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର ଓ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କାଳିଆ ମଲ୍ଲିକ,, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ ଯୋଗଦାନ କରିଥିଲେ l

ଏହି ଅବସରରେ ୧୦୪ଟି ଅନ୍ତ୍ୟୋଦୟ ଗୃହ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ର କାର୍ଯ୍ୟଦେଶ ଓ ୧୬ଟି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୋଷ୍ଠୀ ନିବେଶ ରାଶି ଓ ବ୍ୟକ୍ତିଗତ ପାଇଖାନା ପାଇଁ ପ୍ରତୀକାତ୍ମକ ଚେକ ବଣ୍ଟନ କରାଯାଇଥିଲା।

ମୁଖ୍ୟ ଅତିଥି ଇଂ ରଘୁନାଥ ଜଗଦଲା କହିଥିଲେ ଯେ, ୧୯୯୩ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥାର ଆରମ୍ଭ ହେବା ପରେ ଗ୍ରାମୀଣ ଅଞ୍ଚଳକୁ ସରକାରୀ ସୁବିଧା ସିଧାସଳଖ ପହଞ୍ଚୁଛି। ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ବିକାଶ ସୁନିଶ୍ଚିତ ହେଉଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଜିଲ୍ଲାର ବିକାଶରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ।

ସଭାପତି ତଥା ମୁଖ୍ୟ ବକ୍ତା, ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମସ୍ତ ଅତିଥି ତଥା ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସଦସ୍ୟା ଓ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପଞ୍ଚାୟତି ରାଜ ବ୍ୟବସ୍ଥା ତୃଣମୂଳ ସ୍ତରରେ ସୁଶାସନ ଓ ଲୋକଙ୍କ ସଶକ୍ତିକରଣ ପାଇଁ ଏକ ମୁଖ୍ୟ ମାଧ୍ୟମ।

କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ସୋନପୁର ଗୋଷ୍ଠୀ ଉନ୍ନୟନ କାର୍ଯାଳୟର କର୍ମଚାରୀମାନେ ସହଯୋଗ କରିଥିଲେ। ଉପସ୍ଥିତ ସମସ୍ତେ ବାଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯକ୍ରମର ଲାଇଭ ଷ୍ଟ୍ରିମିଙ୍ଗ ଦେଖିଥିଲେ।

ଶେଷରେ ପଞ୍ଚାୟତି ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ସମ୍ମାନିତ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର ଏବଂ ମଞ୍ଚ ପରିଚାଳନା କରିଥିଲେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୌରଭ ଦାନୀ।

୧୦୪ଟି କାର୍ଯ୍ୟଦେଶ କେବଳ ସୋନପୁର ବ୍ଲକ ପାଇଁ ଅନ୍ତ୍ୟୋଦୟ ଯୋଜନାରେ ବଣ୍ଟନ କରାଯାଇଛି। ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ମୋଟ ୭୪୬ଟି ଅନ୍ତ୍ୟୋଦୟ ଯୋଜନାର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande