ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଭୁବନ, ୨୪ ଅପ୍ରେଲ (ହି.ସ.)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଖେଳ ପଡ଼ିଆ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଶ୍ରୀମତୀ ଆୟୁଷି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ର
ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ-୨


ଭୁବନ, ୨୪ ଅପ୍ରେଲ (ହି.ସ.)- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଭୁବନ ପଞ୍ଚାୟତ ସମିତି ସହଯୋଗରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଖେଳ ପଡ଼ିଆ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଶ୍ରୀମତୀ ଆୟୁଷି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ପ୍ରେମାନନ୍ଦ ଜେନା,ଅରୁଣ କୁମାର ନାୟକ, ସଞ୍ଜୟ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ବିବେଦୀ, ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ସୁବାସ ମାଝୀ, ଓଡିଶ ସରପଞ୍ଚ ମୋହନ ମହାନ୍ତ, ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ, ପ୍ରମୁଖ ପଞ୍ଚାୟତ ସଦସ୍ୟ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ଉଦଘାଟନ ସମାରୋହକୁ ଆଭାସୀ ମାଧ୍ୟମରେ ଦେଖିଥିଲେ । କ୍ଷମତାର ବିକେନ୍ଦ୍ରିକରଣ କରି ତାହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସକାଶେ ୧୯୯୨ ମସିହା ଆଜିର ଦିନରେ ସମ୍ବିଧାନର, ୭୩ ତମ ସଂଶୋଧନ କରାଯାଇ ଜାତୀୟ ପଞ୍ଚାୟତିରାଜ ଦିବସ ସୃଷ୍ଟି କରାଯାଇଥିଲା । ତେଣୁ ସେହି ଦିନକୁ ସ୍ମରଣ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ଉପଲବ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୪୨ ଜଣ ଅନ୍ତଦ୍ୟୋୟ ଗୃହ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ଅଶୋକ କୁମାର ମିଶ୍ରଙ୍କ ସମେତ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ଏବଂ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande