
ବଲାଙ୍ଗୀର, ୨୬ ଏପ୍ରିଲ୍(ହି.ସ.) – ସରକାର ଅଗ୍ରାଧିକାର ଭିତିରେ ଭିନ୍ନକ୍ଷମମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିବାବେଳେ କେତେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀ, କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ରେ ସାମିଲ ହୋଇନପାରି ବଂଚିତ ରହିଯାଇଛନ୍ତି।ସୂଚନା ଅନୁସାରେ, ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ପାତଲପଡା ଗ୍ରାମର ସ୍ୱର୍ଗତ ଧନୁ ବନଛୋର ଓ ପତ୍ନୀ ଦୀପ ବନଛୋରଙ୍କ ପ୍ରଥମ ପୁଅ ହେମରାଜ ବନଛୋର ବୟସ ୪୪ ଯେକି ଜନ୍ମରୁ ଭିନ୍ନକ୍ଷମ,କର୍ଣ୍ଣବଦ୍ଧିର, ଗୋଡହାତ ଅଚଳ ବର୍ତମାନ ୪୪ ବର୍ଷ ହୋଇଥିଲେ ହେଁ ଅନ୍ୟର ସାହାଯ୍ୟ କିଛି କାମ କରିପାରୁ ନାହାନ୍ତି। ଦୁଃଖର ବିଷୟ ହେମରାଜଙ୍କ ମା’ ମୁରିବାହାଲ ବ୍ଲକରେ ହେଉଥିବା ଭିନ୍ନକ୍ଷମ ଶିବିର ନେଇ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆଜି ପଯ୍ୟନ୍ତ ପ୍ରମାଣପତ୍ର ପାଇ ପାରିନାହାନ୍ତି ଓ ଆଧାର ପରିଚୟ ପତ୍ର,ଭୋଟର ପରିଚୟପତ୍ର ମଧ୍ୟ ଏବେ ପଯ୍ୟନ୍ତ ହୋଇନାହିଁ, ଯାହା ଫଳରେ ସରକାରଙ୍କ ସୁବିଧା ସହଯୋଗରୁ ବଂଚିତ ରହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ସଂପୃକ୍ତ ବିଭାଗ ର ଦୁଷ୍ଟିକୁ ଏହି ଭିନ୍ନକ୍ଷମ ଯୁବକ କେମିତି ଆସି ପାରିନାହାନ୍ତି ପରିତାପର ବିଷୟ ଅଟେ। ବୁଝି ଦୂର କରିବା କଥା ହେଲେ ଯେଉଁ କାର୍ଯ୍ୟ କରିବା ପାଇଁ ସରକାର ନିଯୁକ୍ତି ଦେଇଛନ୍ତି କେବଳ କାର୍ଯ୍ୟାଳୟ ରେ ବସି ମୋଟା ଅଙ୍କରେ ଦରମା ନେଉଛନ୍ତି ହେଲେ କାମ ଶୂନ୍ୟ। ଦେଖାଯାଉ,ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ମୁରିବାହାଲ ବ୍ଲକ ପ୍ରଶାସନ ଓ ବଳାଙ୍ଗିର ଜିଲ୍ଲା ପ୍ରଶାସନ ତଦନ୍ତ କରି ଭିନ୍ନକ୍ଷମ ପ୍ରମାଣପତ୍ର ହେମରାଜଙ୍କୁ କେବେ ମିଳୁଛି?
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ