
ଜୟପୁର, ୨୬ ଏପ୍ରିଲ୍(ହି.ସ.) –ଜଣେ ନାବାଳିକାକୁ ପ୍ରେମ ବିବାହ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ଜୟପୁର ମହିଳା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସତ୍ୟନାରାୟଣ ବାଘ। ଗିରଫ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ରଙ୍ଗବାଲିକୁମ୍ଭ ଅଂଚଳର ଯୁବକ ଅନ୍ୟଏକ ଗ୍ରାମର ନାବାଳିକା ସାଙ୍ଗରେ ୨୦୨୪ରେ ପ୍ରେମ କରିଥିଲା। ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ପ୍ରେମ କରିବା ପରେ ନିର୍ଯ୍ୟାତନା ଦେଇଥିଲା। ଏନେଇ ନାବାଳିକା ମହିଳା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ମହିଳା ପୋଲିସ ଅଭିଯୁକ ସତ୍ୟନାରାୟଣ ବାଘ(୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରୀ ଅଶ୍ରୀତା ଖାଲକୋ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି