
ଜୟପୁର, ୨୬ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ଖଡପା ଗ୍ରାମର ଜଣେ ନାବାଳିକା ଗତ ୨୩ ତାରିଖ ଠାରୁ ନିଖୋଜ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ନାବାଳିକାର ଅଜା ଚନ୍ଦ୍ର ଭତରା ଲିଖିତ ଭାବେ ଜଣାଇଛନ୍ତି ଯେ ତାଙ୍କ ନାବାଳିକା ଝିଅ ରାତି ଶୋଇଥିବା ଅବସ୍ଥାରେ ଘର ଛାଡି ଚାଲିଯାଇଛି। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ଖୋଜ ଖବର ମିଳିନାହିଁ। ଏନେଇ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ତରଫରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି