ମନ କୀ ବାତରେ ବୁଦ୍ଧ ପୂର୍ଣ୍ଣିମାର ଅଗ୍ରିମ ଶୁଭେଚ୍ଛା ଜଣାଇଲେ ପିଏମ କହିଲେ, ଆଜି ବି ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ମନ କୀ ବାତରେ ବୁଦ୍ଧ ପୂର୍ଣ୍ଣିମାର ଅଗ୍ରିମ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସେ କହିଛନ୍ତି ଯେ କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦ
ମନ କୀ ବାତରେ ବୁଦ୍ଧ ପୂର୍ଣ୍ଣିମାର ଅଗ୍ରିମ ଶୁଭେଚ୍ଛା ଜଣାଇଲେ ପିଏମ କହିଲେ, ଆଜି ବି ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ


ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ମନ କୀ ବାତରେ ବୁଦ୍ଧ ପୂର୍ଣ୍ଣିମାର ଅଗ୍ରିମ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସେ କହିଛନ୍ତି ଯେ କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ, ଶାନ୍ତି ଆମରି ଭିତରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ, ସ୍ୱୟଂ ଉପରେ ବିଜୟ ସବୁଠାରୁ ବଡ଼ ବିଜୟ । ଆଜି ବିଶ୍ୱ ଯେଉଁଭଳି ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଏଭଳି ସମୟରେ ବୁଦ୍ଧଙ୍କ ଚିନ୍ତାଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

ଦକ୍ଷିଣ ଆମେରିକାର ଚିଲି’ର ଗୋଟିଏ ସଂସ୍ଥା ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗେଇ ନେଉଛି । ଲଦାଖରେ ଜନ୍ମଗ୍ରହଣ କରିଥିବା ଡ୍ରବପୋନ୍ ଓତଜର୍ ରିନପୋଚେଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଚାଲିଛି । ଏହି ସଂସ୍ଥା ଧ୍ୟାନ ଏବଂ କରୁଣାକୁ ଲୋକଙ୍କ ଜୀବନ ସହିତ ଯୋଡ଼ୁଛି । କୋଚିଗୁଆଜ ଘାଟିରେ ନିର୍ମିତ ସ୍ତୂପ ଲୋକଙ୍କୁ ଶାନ୍ତିର ଅନୁଭୂତି ପ୍ରଦାନ କରୁଛି । ପ୍ରକୃତରେ ଏହା ଦେଖି ଗର୍ବ ଅନୁଭବ ହେଉଛି । ଭାରତର ପ୍ରାଚୀନ ଧାରା ବିଶ୍ୱ ଦରବାରକୁ ପହଞ୍ଚୁଛି । ଦୂରଦୂରାନ୍ତର ଲୋକେ ମଧ୍ୟ ଏହା ସହିତ ଯୋଡ଼ି ହେଉଛନ୍ତି।

ବୌଦ୍ଧ ପରମ୍ପରା ଆମକୁ ପ୍ରକୃତି ସହ ଯୋଡ଼ିହେବା ମଧ୍ୟ ଶିଖାଉଛି । ଗୋଟିଏ ବୃକ୍ଷ ତଳେ ହିଁ ଭଗବାନ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ପ୍ରକୃତି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଦେଶରେ ଏହିଭଳି ପ୍ରଚେଷ୍ଟା ମଧ୍ୟ ଚାଲିଛି । କର୍ଣ୍ଣାଟକର କର୍ମା ମଠ ଏହାର ଗୋଟିଏ ଉତ୍ତମ ଉଦାହରଣ । ଏହି ମଠ ଗୋଟିଏ ଜୀବନ୍ତ ବନାଞ୍ଚଳ, ଯାହା ୧୦୦ ଏକର ଭୂମିରେ ପରିବ୍ୟାପ୍ତ । ଏହି ଜଙ୍ଗଲରେ ୭୦୦ରୁ ଅଧିକ ଦେଶୀ ବୃକ୍ଷଗୁଡ଼ିକୁ ସଂରକ୍ଷିତ କରାଯାଇଛି । ବନ୍ଧୁଗଣ, ବୁଦ୍ଧଙ୍କ ବାର୍ତ୍ତା କେବଳ ଅତୀତ ନୁହେଁ, ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ । ବୁଦ୍ଧପୂର୍ଣ୍ଣିମାର ଏହି ଅବସର ଆମକୁ ପ୍ରେରଣା ଦେଉଛି ଯେ ଆମେ ନିଜ ଜୀବନରେ ଶାନ୍ତି ବୃଦ୍ଧି କରିବା, ଦୟାଭାବ ଆପଣାଇବା ଏବଂ ସନ୍ତୁଳନ ରକ୍ଷାକରି ଆଗକୁ ବଢ଼ିବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande