
ନୂଆଦିଲ୍ଲୀ, 26 ଏପ୍ରିଲ୍ (ହି.ସ.)- ଉତ୍ତର-ପୂର୍ବ ବାଉଁଶ ସେକ୍ଟରର ସଫଳତା କାହାଣୀକୁ ମନ୍ କୀ ବାତରେ ଆଲୋଚନା କରିଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ ।
ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,, ତ୍ରିପୁରାର ଗୋମତୀ ଜିଲ୍ଲାର ବିଜୟ ସୂତ୍ରଧାର ଓ ଝକ୍ଟଙ୍କଗ୍ଧଷ ତ୍ରିପୁରାର ପ୍ରଦୀପ ଚକ୍ରବର୍ତ୍ତୀଙ୍କ ବିଷୟରେ ଜାଣିବା । ଏ ଦୁହେଁ ନୂଆ ଆଇନକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଚାର କଲେ । ତା’ପରେ ସେମାନେ ନିଜ କାମକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଲେ । ଆଜି ସେମାନେ ପୂର୍ବ ଅପେକ୍ଷା ଉତ୍କୃଷ୍ଟ ଓ ଅଧିକ ବାଉଁଶଜାତ ଦ୍ରବ୍ୟ ତିଆରି କରୁଛନ୍ତି ।
ନାଗାଲାଣ୍ଡର ଦୀମାପୁର ଓ ତା’ ପାଖାପାଖି ଅଞ୍ଚଳରେ ଏପରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବାଉଁଶ ସହ ଜଡ଼ିତ ଖାଦ୍ୟ ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିଛନ୍ତି । ସେଠି ଖୋରୋଲୋ କ୍ରିଏଟିଭ୍ କ୍ରାଫ୍ଟ ଭଳି ତିମମାନେ ବି ଅଛନ୍ତି, ଯେଉଁମାନେ ବାଉଁଶର ଫର୍ନିଚର୍ ଓ ହସ୍ତଶିଳ୍ପ ଉପରେ କାମ କରୁଛନ୍ତି ।
ମିଜୋରାମର ମାମିତ ଜିଲ୍ଲାରେ ବି ଏପରି ଟିମ ଅଛନ୍ତି, ଯେଉଁମାନେ ବାଉଁଶର ଟିସୁ କଲଚର ଓ ପଲିହାଉସ୍ ପରିଚାଳନା ଉପରେ କାର୍ଯ୍ୟ କରୁଛନ୍ତି । ସିକ୍କିମର ଗ୍ୟାଙ୍ଗଟକ୍ ନିକଟବର୍ତ୍ତୀ ଲାଗାଷ୍ଟାଲ୍ ବାଉଁଶ ଏଣ୍ଟରପ୍ରାଇଜ୍ ଦଳ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି । ସେମାନେ ବାଉଁଶରୁ ହସ୍ତଶିଳ୍ପ, ଧୂପକାଠି, ଫର୍ନିଚର ଭିତର ଓ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ବାଉଁଶ କ୍ଷେତ୍ରରେ ସଫଳତାର ତାଲିକା ଖୁବ୍ ଲମ୍ବା । ଉତ୍ତରପୂର୍ବର ଯେକୌଣସି ବାଉଁଶ ତିଆରି ଜିନିଷ ନିଶ୍ଚୟ କିଣନ୍ତୁ । ଆପଣମାନେ ଏହାକୁ ଗିଫ୍ଟ ରୂପରେ ମଧ୍ୟ ଦେଇପାରିବେ । ଆପଣମାନଙ୍କ ଏପରି ପ୍ରଚେଷ୍ଟା ଦ୍ୱାରା ସେହି ଲୋକମାନଙ୍କର ମନୋବଳ ବଢ଼ିବ, ଯେଉଁମାନେ ବାଉଁଶ ଉତ୍ପାଦ ତିଆରି କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା