ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି , ଆମେ ପରସ୍ପରର ବନ୍ଧୁ- ପିଏମ ମୋଦି
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ ଉପଲବ୍ଧି ବଖାଣିଛନ୍ତି। ସେ କହିଛନ୍ତି ଯେ, ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥ
ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି , ଆମେ ପରସ୍ପରର ବନ୍ଧୁ- ପିଏମ ମୋଦି


ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)- ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ ଉପଲବ୍ଧି ବଖାଣିଛନ୍ତି।

ସେ କହିଛନ୍ତି ଯେ, ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।

ପିଏମ ମୋଦି କହିଛନ୍ତି ଯେ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।

ପିଏମ କହିଛନ୍ତି, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।

ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande