
ଭୁବନେଶ୍ୱର, ୨୮ ଅପ୍ରେଲ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ଓ ଗରମ ରାତି ନେଇ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ହିଟ୍ ୱେଭ୍ ନେଇ ଆଗାମୀ ୨୪ ଘଂଟା ପାଇଁ ମ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର, ନୂଆପଡ଼ା, ନୟାଗଡ଼ ।
ସେହିପରି ଗରମ ରାତି ନେଇ ଆଗାମୀ ୨୪ ଘଂଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ