
ଗଞ୍ଜାମ, ୨୮ ଏପ୍ରିଲ୍ (ହି.ସ.)- ଗଞ୍ଜାମ ଜିଲାର ବିଭିନ୍ନ ଅଂଚଳରେ ଆଜି ଅପରାହ୍ନରେ ଘଡଘଡି ପବନ ସହ ପ୍ରବଳ କରକାପାତ ଓ ବର୍ଷା ହୋଇଛି। ଫଳରେ ବହୁଫସଲ ନଷ୍ଟ ହେବା ସହ ବହୁଗଛ ଭାଙ୍ଗିବା, ଉପୁଡିଯିବା ସହ କେତେକ ସ୍ଥାନରେ ଘରଦ୍ୱାର ଭାଂଗି ଯାଇଛି । କାଳବୈଶାଖୀ ବର୍ଷାରେ ଗଂଜାମ ଜିଲାରେ ବ୍ଯାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ