ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ପୁରୀ,, 28 ଏପ୍ରିଲ୍ (ହି.ସ.)ମଙ୍ଗଳବାର ଉତ୍କଳ ଗୌରବ ଶ୍ରୀମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରରେ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି । ଏହି ପୁଣ୍ୟ ତିଥି ଅବସରରେ ସକାଳ ୮ ଘଟିକା ସମୟରେ ସଂଘର କ
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର


ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ପୁରୀ,, 28 ଏପ୍ରିଲ୍ (ହି.ସ.)ମଙ୍ଗଳବାର ଉତ୍କଳ ଗୌରବ ଶ୍ରୀମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରରେ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି । ଏହି ପୁଣ୍ୟ ତିଥି ଅବସରରେ ସକାଳ ୮ ଘଟିକା ସମୟରେ ସଂଘର କାର୍ଯ୍ୟକର୍ତ୍ତା ମାନେ ସଭାଗୃହରେ ଥିବା ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିବା ସହିତ ବିଦ୍ଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ଓ ମହାପୁରୁଷ ଉତ୍କଳଗୌରବ ଶ୍ରୀ ମଧୁସୂଦନ ଦାସ ଓ ଉତ୍କଳମଣି ଶ୍ରୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର ସଂଘର ସଭାଗୃହରେ ଆୟୋଜନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ଅନେକ ଆଇନଜୀବୀ ଭାଇ ଓ ଭଉଣୀ ମାନେ ରକ୍ତଦାନ କରିଥିଲେ। ଏଥିରେ ମୋଟ ୨୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ଓ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଉଦଘାଟନ କରିଥିଲେ ଓ ଏଥିରେ ସଂଘର ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ପ୍ରଦୀପ କୁମାର ଦାସ, ଯୁଗ୍ମ ସମ୍ପାଦକ ତପନ କୁମାର ବାରୀକି, ଅସୀମ କୁମାର ବାନାର୍ଜୀ ଓ ସୋମନାଥ ରଣା ଉପସ୍ଥିତ ଥିଲେ ଓ ସଂଘର କାର୍ଯ୍ୟକାରୀ ସଦସ୍ୟ ଦେବାଶିଷ ଦାଶ, ବିଜୟ କୁମାର ସାହୁ, କର୍ଣ୍ଣବୀର ମହାପାତ୍ର, ନମିତା ସାମଲ ଓ ଶିବାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । କାର୍ଯ୍ୟକ୍ରମର ପରିସମାପ୍ତିରେ ସଂଘର କାର୍ଯ୍ୟକର୍ତ୍ତା ମାନେ ରକ୍ତଦାନ କରିଥିବା ସମସ୍ତ ଆଇନଜୀବୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ଓ ସନ୍ଧ୍ୟା ସମୟରେ ସଂଘର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ସହିତ ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯକ୍ରମ ଓ ପ୍ରୀତି ଭୋଜନର ଆୟୋଜନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande