
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ମେ ୧ରୁ ୩୭ଟି ସାଂଗଠନିକ ଜିଲ୍ଲାରେ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଜେପି ସାଧାରଣ ସମ୍ପାଦକ ବିରଂଚି ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପୂର୍ବରୁ ରାଜ୍ୟର ୧୦୫୨ ମଣ୍ଡଳ ପ୍ରଶିକ୍ଷଣ ପର୍ବ ଶେଷ ହେଇଛି। ନୂଆକରି ଯୋଡିହେଇଥିବା ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଜିଲ୍ଲା ଓ ପରେ ପ୍ରଦେଶସ୍ତରୀୟ କର୍ମଶାଳ ଆୟୋଜିତ ହେବ।ଏହା ପରେ ହେବ ବିଧାୟକ ଓ ସାଂସଦଙ୍କ କର୍ମଶାଳା ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା