
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ପାଣ୍ଡିଆନଙ୍କ ପାଇଁ ବିଜେଡିରେ ବହୁତ କ୍ଷତି ହୋଇଛି କହି ବର୍ଷିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର। ପାଣ୍ଡିଆନ କିଏ ବୋଲି ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଦ୍ରି କହିଛନ୍ତି ସେ ଦାୟିତ୍ୱ ନେବେ, ଆମେ ଦଳରେ ରହିବୁ ଭାବିବା ଠିକ୍ ନୁହେଁ। ଏ କଥା ଯଦି ଉଠିବ ମୁଁ ପ୍ରଥମେ ବାହାରିବି। ଏବେ ଯଦି ପାଣ୍ଡିଆନଙ୍କ ପାଦୃଭାବ ରହୁଥିବ, ଦଳ ସେହି ଅନୁସାରେ ଭୋଗିବ। ଆମକୁ ପାଣ୍ଡିଆନ କଥା ମାନିବାକୁ କିଏ କହିବ। ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବ। ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ, ସେ କିଏ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ। ଯାହାର କିଛି ନାହିଁ, ସେ କାହା ଆସରା ଖୋଜିଥିବ, ପାଣ୍ଡିଆନ ନାଁ ନେଉଥିବ। ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫୋଟ ଯିଏ କାଢ଼ିଛି ସିଏ ସେ ଫଳ ପାଇଛି। ଦଳ ତ କ୍ଷମତା ପାଇଲାନି , ଯେଉଁମାନେ ଆକାଶରେ ଉଡୁଥିଲେ ସେମାନେ ବି ପରିଚୟ ହରାଇଦେଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା