

ସମ୍ବଲପୁର, ୨୯, ଏପ୍ରିଲ୍ (ହି.ସ.) - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନ୍ ସମ୍ବଲପୁରର ଏକ ବୈଠକ ଉତ୍ପଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କିକ୍ ବକ୍ସିଂ ପ୍ରତି ଆଗ୍ରହ ବୃଦ୍ଧି କରାଇବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିପାଇଁ ମେ' ମାସରେ ନିଃଶୁଳ୍କ କିକ୍ ବକ୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଲୋଚନା ହୋଇଥିଲା। ଏହାସହ ଆଗାମୀ ମେ ୧ ତାରିଖରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିସରରେ ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନ୍ ର ବାର୍ଷିକ ଉତ୍ସବ ଆୟୋଜନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗଞ୍ଜାମରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସମ୍ବଲପୁରର ପ୍ରତିଯୋଗୀ ମାନେ କିପରି ଅଧିକ କୃତିତ୍ୱ ପ୍ରଦର୍ଶନ କରି ଅଧିକ ମେଡାଲ ଜିତି ପାରିବେ ସେ ନେଇ ପ୍ରାକ୍ ପ୍ରସ୍ତୁତି କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଆସୋସିଏସନ୍ ର ଉପସଭାପତି ଭବାନୀଶ ଭୋଇ, ସାଧାରଣ ସମ୍ପାଦକ ସୁବ୍ରତ ପ୍ରଧାନ, ଯୁଗ୍ମ ସମ୍ପାଦକ ପୁଷ୍ପାଞ୍ଜଳି ପ୍ରଧାନ, କୋଷାଧ୍ୟକ୍ଷ ହେମନ୍ତ ତ୍ରିପାଠୀ, ଉମାଶଙ୍କର ପାଢ଼ୀ, ଠାକୁର ପଟ୍ଟନାୟକ, ସୁଜିତ କୁମାର ସାହୁ, ମଧୁସ୍ମିତା ପଟ୍ଟନାୟକ ଓ ପ୍ରଶିକ୍ଷଣ ସୁଭମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ