ଭୁବନ ହିଙ୍ଗୁଳା ପୀଠରେ ଝାମୁଯାତ୍ରା
ଭୁବନ, ୩ ଅପ୍ରେଲ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ୬୮ ତମ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ବ୍ରତ ଧାରୀ ପାଟୁଆ ମାନେ ନିଜର ମାନସିକ ପୂରଣ ପାଇଁ ଖାଲି ପାଦରେ ନିଆଁରେ ଚାଲିଥିଲେ । ଏହି ଝାମୁଯାତ୍ରା ଦେଖିବାକୁ ଶହ ଶହ ଲ
ଭୁବନ ହିଙ୍ଗୁଳା ପୀଠରେ ଝାମୁଯାତ୍ରା


ଭୁବନ, ୩ ଅପ୍ରେଲ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀଙ୍କ ପବିତ୍ର ପୀଠରେ ୬୮ ତମ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ବ୍ରତ ଧାରୀ ପାଟୁଆ ମାନେ ନିଜର ମାନସିକ ପୂରଣ ପାଇଁ ଖାଲି ପାଦରେ ନିଆଁରେ ଚାଲିଥିଲେ । ଏହି ଝାମୁଯାତ୍ରା ଦେଖିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଗୁରୁବାର ସନ୍ଧ୍ୟାରୁ ପୂଜାର୍ଚ୍ଚନା, ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହେଉଛି ଏବଂ ୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ସଵପତି ଶଶୀ ଭୂଷଣ ପୃଷ୍ଟିଙ୍କ ସମେତ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ସତ୍ୟାନନ୍ଦ ପୃଷ୍ଟି, ବିଶ୍ୱନାଥ ନାୟକ, ଖଗେଶ୍ୱର ନାୟକ, ନରୋତ୍ତମ ସାହୁ, ଧନେଶ୍ୱର ସାହୁ, ମୂଖ୍ୟ କଳସୀ ଦେବବ୍ରତ ପୃଷ୍ଟି ଓ ଭୁବନ ସଂକୀର୍ତ୍ତନ ମଣ୍ଡଳୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande