
ନୂଆଦିଲ୍ଲୀ, ୦୨ ମେ (ହି.ସ.)। କେନ୍ଦ୍ର ସରକାର ବିପର୍ଯ୍ୟୟ ଏବଂ ଜରୁରୀଳୀନ
ପରିସ୍ଥିତିରେ ନାଗରିକମାନଙ୍କ ପାଖକୁ ତ୍ୱରିତ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ‘ସେଲ୍ ବ୍ରଡକାଷ୍ଟ ଆଲର୍ଟ
ସିଷ୍ଟମ୍’ର ଆଜି ଏଠାରେ ପରୀକ୍ଷା କରିଛି। ଏଥିରେ ସମସ୍ତ ପ୍ରକାରର ମୋବାଇଲ୍ର
ସ୍କ୍ରିନ୍ରେ ଏକେ ସମୟରେ ଏକ ମେସେଜ୍ ବକ୍ସରେ ଜରୁରୀକାଳୀନ ବାର୍ତ୍ତା ଦେଖାଯାଏ ଏବଂ ଧ୍ୟାନ
ଆକର୍ଷଣ ପାଇଁ ଏକ ବିଶିଷ୍ଟ ପ୍ରକାରର ବିପ୍ ଧ୍ୱନି ସହ ଭାଇବ୍ରେଟ୍ କରେ।
ସଂଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ କାର୍ଯ୍ୟକ୍ରମରେ ରିମୋଟ୍ ମାଧ୍ୟମରେ ଏହାର
ଦେଶବ୍ୟାପୀ ପରୀକ୍ଷାକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ।
ପରୀକ୍ଷା ସମୟରେ ପ୍ରାୟ ୧୧:୪୫ ବେଳେ ସମଗ୍ର ଦେଶରେ ମୋବାଇଲ୍ ଫୋନ୍ଗୁଡ଼ିକରେ ଏକେ ସମୟରେ
ବିପ୍ ଧ୍ୱନି ସହ ଇମର୍ଜେନ୍ସି ଆଲର୍ଟ ସନ୍ଦେଶ ପ୍ରାପ୍ତ ହୋଇଥିଲା। ସନ୍ଦେଶରେ ସ୍ପଷ୍ଟ
କରାଯାଇଥିଲା ଯେ, ଏହା ମାତ୍ର ଏକ ପରୀକ୍ଷା ଓ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟ କରିବାର
ଆବଶ୍ୟକତା ନାହିଁ।
ଏହି ଆଧୁନିକ ପ୍ରଣାଳୀ ସଂଯୋଗ ମନ୍ତ୍ରାଳୟର ଦୂରସଂଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ
ପ୍ରବନ୍ଧନ କର୍ତ୍ତୃପକ୍ଷ (ଏନ୍ଡିଏମଏ)ଙ୍କ ସହଯୋଗରେ ବିକଶିତ କରାଯାଇଛି,
ଯାହା ବିପର୍ଯ୍ୟୟ
ସମୟରେ ନାଗରିକମାନଙ୍କ ପାଖକୁ ଜରୁରୀ ସୂଚନା ସମୟରେ ପହଞ୍ଚିବାକୁ ସୁନିଶ୍ଚିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା