ଆରେଡିକା ରାୟବରେଲିରେ ନିର୍ମିତ ପ୍ରଥମ ବନ୍ଦେ ଭାରତ ଟ୍ରେନସେଟ ହାଇନେମିକ ଟେଷ୍ଟିଂ ପାଇଁ ପ୍ରସ୍ଥାନ
ନୂଆଦିଲ୍ଲୀ, ୦୨ ମେ (ହି.ସ.)। ଉତ୍ତର ପ୍ରଦେଶର ରାୟବରେଲୀରେ ଅବସ୍ଥିତ ଆଧୁନିକ ରେଳ ଡିବା କାରଖାନା (ଆରେଡିକା) ଶନିବାର ଦିନ ନିଜର ପ୍ରଥମ ୧୬ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଚେୟାର କାର ଟ୍ରେନସେଟ୍କୁ ଡାଇନାମିକ୍ ଟେଷ୍ଟିଂ ଏବଂ ଫିଲ୍ଡ ଟ୍ରାୟାଲ ପାଇଁ ପ୍ରସ୍ଥାନ କରି ଏକ
ଆରେଡିକା ରାୟବରେଲିରେ ନିର୍ମିତ ପ୍ରଥମ ବନ୍ଦେ ଭାରତ ଟ୍ରେନସେଟ ହାଇନେମିକ ଟେଷ୍ଟିଂ ପାଇଁ     ପ୍ରସ୍ଥାନ


ନୂଆଦିଲ୍ଲୀ, ୦୨ ମେ (ହି.ସ.)। ଉତ୍ତର ପ୍ରଦେଶର ରାୟବରେଲୀରେ ଅବସ୍ଥିତ ଆଧୁନିକ

ରେଳ ଡିବା କାରଖାନା (ଆରେଡିକା) ଶନିବାର ଦିନ ନିଜର ପ୍ରଥମ ୧୬ କୋଚ୍ ବିଶିଷ୍ଟ ବନ୍ଦେ ଭାରତ

ଚେୟାର କାର ଟ୍ରେନସେଟ୍କୁ ଡାଇନାମିକ୍ ଟେଷ୍ଟିଂ ଏବଂ ଫିଲ୍ଡ ଟ୍ରାୟାଲ ପାଇଁ ପ୍ରସ୍ଥାନ କରି ଏକ

ନୂତନ ଇତିହାସ ସୃଷ୍ଟି କରିଛି। ଏହା ସହିତ ଆରେଡିକା ବନ୍ଦେ ଭାରତ ଟ୍ରେନସେଟ୍ ନିର୍ମାଣରେ ନିଜର

ଔପଚାରିକ ପ୍ରବେଶ ମଧ୍ୟ ରେକର୍ଡ କରିଛି।

ରେଳ ମନ୍ତ୍ରାଳୟ ଅନୁସାରେ, ଏହି ଟ୍ରେନ୍ଟି ଆଧୁନିକ ସିମେନ୍ସ

ପ୍ରୋପଲସନ୍ ସିଷ୍ଟମ୍ରେ ସଜ୍ଜିତ ଏବଂ ନିୟମିତ ସେବାରେ ଯୋଗ ଦେବା ପୂର୍ବରୁ ଏହାର ଅସିଲେସନ୍

ପରୀକ୍ଷା କରାଯିବ। ଏହା ମାଧ୍ୟମରେ ଟ୍ରେନ୍ର ରାଇଡ୍ କ୍ୱାଲିଟି,

ସୁରକ୍ଷା

ମାନଦଣ୍ଡ ଏବଂ ଗତିଶୀଳ କାର୍ଯ୍ୟକୁଶଳତାର ବିସ୍ତୃତ ମୂଲ୍ୟାୟନ କରାଯିବ।

ଆରେଡିକା ଦ୍ୱାରା ନିର୍ମିତ ଏହି ଟ୍ରେନସେଟ୍ରେ ବିଶ୍ୱସନୀୟତା

ଓ ସୁରକ୍ଷାକୁ ଧ୍ୟାନରେ ରଖି ବହୁତ ଆଧୁନିକ ଇଞ୍ଜିନିୟରିଂ ସୁଧାର କରାଯାଇଛି। ଏଥିରେ ସୁବିଧାଜନକ

ଆସନ, ଝଟକାରହିତ ଯାତ୍ରା, ସମ୍ପୂର୍ଣ୍ଣ ସିଲ୍ଡ୍ ଗ୍ୟାଙ୍ଗୱେ ଏବଂ ଶବ୍ଦ କମ କରିବା ପାଇଁ

ଅଟୋମେଟିକ୍ ପ୍ଲଗ୍ ଡୋର ଭଳି ଆଧୁନିକ ସୁବିଧା ଦିଆଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande