
ବଲାଙ୍ଗିର, ୨ ମଇ (ହି.ସ.)- ବଲାଙ୍ଗିର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ଭୋର୍ ପ୍ରାୟ ୪ଟା ୩୫ରୁ ୪ଟା ୪୦ ମଧ୍ୟରେ ମାତ୍ର କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଅନୁଭୂତ ହେବା କ୍ଷଣି ଲୋକେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ । କେବଳ ବଲାଙ୍ଗିର ନୁହେଁ ତୁଷରା, କଂଟାବାଞ୍ଜିରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ