
ଭୁବନେଶ୍ୱର, ୦୨ ମଇ (ହି.ସ.)- ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ଦାଶଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ପୁରାତନ ଛାତ୍ର ସଂସଦର କର୍ମକର୍ତାଗଣ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଗଣଙ୍କ ସହିତ କଟକ ଓ ଭୁବନେଶ୍ୱର ମହାନଗର ନିଗମର ଅନେକ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।
ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ ଓ ପ୍ରାଚିତନୟା ଗିରି ଉପସ୍ଥିତ ଥିଲେ। ଏମାନଙ୍କ ସହିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ସୁଧାଂଶୁ କୁମାର ପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥି, ଜୁନିଅର ରେଡ୍କ୍ରସ୍ ର ସିଇଓ ଲକ୍ଷ୍ମଣ ସ୍ୱାଇଁ ଓ ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ କମିସନ୍ ର ଅମ୍ବିକା ପ୍ରଦାନ ଦାସ, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଓ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତ କୁମାର ରଥ ଓ ପୁରାତନ ଛାତ୍ର ସଂଘ ସଭ୍ୟ ବିଜୟ ପାତ୍ର ଉପସ୍ଥିତ ଥିଲେ ।
ସଭାକାର୍ଯ୍ୟକୁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପରିଚାଳନା କରିଥିବାବେଳେ ସନତ ମିଶ୍ର ଓ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଗୌରଚନ୍ଦ୍ର ମହାପାତ୍ର, ବୁଦ୍ଧିଜୀବୀ ପ୍ରମୁଖ ବିଦ୍ୟାଳୟ ତଥା ପ୍ରଧାନଶିକ୍ଷକଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀ ଦାଶଙ୍କ ନିରୋଗ ଜୀବନ କାମନା କରି ସଭାସଙ୍ଗ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା