ଚାରି ମନ୍ଦିରରୁ ସିରିଜ୍ ଚୋରି, ବି ସିଂହପୁର ଅଞ୍ଚଳରେ ଚାପା ଉତ୍ତେଜନା
ଜୟପୁର, ୨୬ ମଇ (ହି.ସ.)- କୋରାପୁଟ ଜିଲ୍ଲା ବି ସିଂହପୁର ଥାନା ଅଞ୍ଚଳରୁ ସିରିଜ ଚୋରି । ଗୋଟିଏ ରାତିରେ ଚାରି ମନ୍ଦିର ଲୁଟିଲେ ଦୃର୍ବୁତ୍ତ।। ପୁଣି ବି ସିଂହପୁର ପୋଲିସକୁ ଖୋଲା ଚାଲେଞ୍ଜ କଲେ ଚୋର ଦଳ । ଲକ୍ଷାଧିକ ଟଙ୍କାର ମନ୍ଦିର ସମ୍ପତି ସହିତ ରୂପା, ସୁନା ଅଳଙ୍କାର ସହିତ ହୁଣ୍ଡି ଭାଙ୍ଗି ନେବା ଘ
ଚାରି ମନ୍ଦିରରୁ ସିରିଜ୍ ଚୋରୀ, ବି ସିଂହପୁର ଅଞ୍ଚଳରେ ଚାପା ଉତ୍ତେଜନା


ଚାରି ମନ୍ଦିରରୁ ସିରିଜ୍ ଚୋରୀ, ବି ସିଂହପୁର ଅଞ୍ଚଳରେ ଚାପା ଉତ୍ତେଜନା


ଜୟପୁର, ୨୬ ମଇ (ହି.ସ.)- କୋରାପୁଟ ଜିଲ୍ଲା ବି ସିଂହପୁର ଥାନା ଅଞ୍ଚଳରୁ ସିରିଜ ଚୋରି । ଗୋଟିଏ ରାତିରେ ଚାରି ମନ୍ଦିର ଲୁଟିଲେ ଦୃର୍ବୁତ୍ତ।। ପୁଣି ବି ସିଂହପୁର ପୋଲିସକୁ ଖୋଲା ଚାଲେଞ୍ଜ କଲେ ଚୋର ଦଳ । ଲକ୍ଷାଧିକ ଟଙ୍କାର ମନ୍ଦିର ସମ୍ପତି ସହିତ ରୂପା, ସୁନା ଅଳଙ୍କାର ସହିତ ହୁଣ୍ଡି ଭାଙ୍ଗି ନେବା ଘଟଣା ପଦାକୁ ଆସିବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ଗତ ରାତିରେ ଗୋଟିଏ ପରେ ଗୋଟିଏ ଚାରିଟି ମନ୍ଦିରକୁ ଚୋରୀ ଘଟଣା ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି କରିଛି । ଦୃର୍ବୁତ୍ତମାନେ ବି ସିଂହପୁର ମା ସଙ୍କୁଲାଇ ମନ୍ଦିର, ଶିବ ମନ୍ଦିର, ମୁଣ୍ଡାଗୁଡ଼ା ଠାକୁରାଣୀ ମନ୍ଦିର ଓ ସେମଳାଗୁଡ଼ା ଠାକୁରାଣୀ ମନ୍ଦିରକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା–ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମାଆଙ୍କ ମୂର୍ତ୍ତି, ମାଆଙ୍କ ରୂପା ମୁକୁଟ, ହାର, ରୂପା ଆଖି ସହ ବହୁ ମୂଲ୍ୟବାନ ଅଳଙ୍କାର ଚୋରମାନେ ନେଇଯାଇଛନ୍ତି । ଘଟଣା ସକାଳେ ଜଣାପଡ଼ିବା ପରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ତିନିଟି ଗ୍ରାମର ମନ୍ଦିର କମିଟି ପକ୍ଷରୁ ବି ସିଂହପୁର ଥାନାରେ ଏତେଲା ଦାଖଲ କରାଯାଇଛି । ଏକାଧିକ ମନ୍ଦିରକୁ ଲଗାତାର ଟାର୍ଗେଟ କରାଯାଉଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାମାନେ ଏହାକୁ ସନାତନ ଧର୍ମ ଉପରେ ଆକ୍ରମଣ ବୋଲି କହିଛନ୍ତି । କେତେକ ଲୋକ କଳାପାହାଡ଼ ଭଳି ମନ୍ଦିର ଆକ୍ରମଣର ଇତିହାସକୁ ମନେ ପକାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

କୁମୁଲି ଓ କୋଟପାଡ଼ ମନ୍ଦିରରୁ ଚୋରି ପରେ ଏବେ ପୁଣି ଆଉ ୪ଟି ମନ୍ଦିର ରୁ ଚୋରି ହୋଇଛି। ଏହି ଚୋରି ଘଟଣାରେ ଜଡିତ ଚୋର ଦଳଙ୍କୁ ବିସିଂହପୁର ପୋଲିସ ତୁରନ୍ତ କାବୁ ନକଲେ ଆଗାମୀ ଦିନରେ ଅଞ୍ଚଳ ସନାତନି ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଡା ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଚଳବାସୀ । ତେବେ ବିସିଂହପୁର ଅଞ୍ଚଳରେ କେତେବେଳେ ମନ୍ଦିର ତ ଆଉ କେତେବେଳେ ଘରେ କଳା କନା ବୁଲାଇ ପୋଲିସକୁ ଚେଲେଞ୍ଜ ଦେଉଛନ୍ତି ଦୁର୍ବୁତ୍ତ। ଏମାନଙ୍କୁ ପୋଲିସ କେମିତି ଚେକ୍ ମେଟ୍ ଦେବ ଓ ଅଞ୍ଚଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବ ତାହାରି ଉପରେ ସମସ୍ତଙ୍କ ନଜର ରହିଥିବା ଲକ୍ଷ୍ୟ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande