
ଭୁବନେଶ୍ୱର, ୨୬ ମଇ (ହି.ସ.)- ଆସନ୍ତା ଜୁନ୍ ୧ରୁ ଯୁକ୍ତ ଦୁଇ ମାର୍କ ରି-ଚେକିଂ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ, କଳା ଓ ଭୋକେସନାଲ୍ ଷ୍ଟ୍ରିମ୍ ପାଇଁ ରି-ଚେକିଂ ଓ ରି-ଆଡିସନ୍ ପାଇଁ ଜୁନ୍ ୧ରୁ ଜୁନ୍ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ ୨୦୦ ଟଙ୍କା ଥିଓରି ଓ ପ୍ରାକ୍ଟିକାଲ୍ ପେପର ଅଲଗା ଗଣନା ହେବ। ବଟାନି ଓ ଜୁଲୋଜିକୁ ଗୋଟିଏ ପେପର ଭାବେ ଧରାଯିବ । ରିଚେକିଂ ପରେ ଡାଉନଲୋଡ୍ ଲିଙ୍କ୍ ଜୁନ୍ ୧୯ରୁ ୨୩ ମଧ୍ୟରେ କଲେଜ ପ୍ରିନ୍ସିପାଲଙ୍କ ଇ-ମେଲ୍ କୁ ପଠାଯିବ। ମାର୍କ ଯୋଗରେ ତ୍ରୁଟି ଥିଲେ ଜୁନ୍ ୩୦ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପଡ଼ିବ। ଭୁଲ୍ ରୋଲ୍ ନମ୍ବର କିମ୍ବା ବିଷୟ ଚୟନ କଲେ ପରିଷଦ ଦାୟୀ ରହିବେ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସସି) ପକ୍ଷରୁ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା