ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ
ଝାରସୁଗୁଡ଼ା, ୨୬ ମଇ (ହି.ସ.)- ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଳ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ର ''ଯୋଜନା ବନାମ ସଫଳତା''ର ସମୀକ୍ଷା
ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ


ଝାରସୁଗୁଡ଼ା, ୨୬ ମଇ (ହି.ସ.)- ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଳ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ର 'ଯୋଜନା ବନାମ ସଫଳତା'ର ସମୀକ୍ଷା କରାଯିବା ସହ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ 'ବାର୍ଷିକ କାର୍ଯ୍ୟଖସଡ଼ା' କୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିଷୟଭିତ୍ତିକ ପ୍ରଗତି ଓ ସଫଳତାର ବିବରଣୀ ଉପସ୍ଥାପନ କରାଯାଇଥିଲା। ଜୀବିକା ବିକାଶ ଏବଂ କୃଷିର ଉନ୍ନତି ପାଇଁ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ମହିଳା ଚାଷୀମାନଙ୍କ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଓ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ଥାୟୀ କୃଷି ପ୍ରଣାଳୀର ପ୍ରସାର ପାଇଁ ବାୟୋ-ରିସୋର୍ସ ୟୁନିଟ୍ ଗଠନ କରିବା ଏବଂ ସମସ୍ତ ସଂଶ୍ଳିଷ୍ଟ ବିଭାଗର ମିଳିତ ସହଯୋଗରେ ମହିଳା ଚାଷୀଙ୍କ ସ୍ତରରେ ଏକ ସଠିକ୍ ଓ ଆଦର୍ଶ ସମନ୍ୱୟ ମଡେଲ ପ୍ରଦର୍ଶନ କରିବା ଉପରେ ଏହି ବୈଠକରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ଜୀବିକା ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଲାଇନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ କୃଷି, ଉଦ୍ୟାନ କୃଷି, ପ୍ରାଣୀଧନ ବିଭାଗ, ଓଡ଼ିଶା ଉଠା ଜଳସେଚନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ଜିଲ୍ଲା ପ୍ରତିନିଧିମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଝାରସୁଗୁଡ଼ା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତିମୟୀ ଭିତ୍ରିଆ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande