
ଭୁବନେଶ୍ୱର, ୨୬ ମଇ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ଆଗାମୀ ୩ ଦିନ ଅର୍ଥାତ୍ ଆଜି ଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
୨୬ ତାରିଖ ହିଟ୍ ୱେଭ୍ ନେଇ ୨ଜିଲ୍ଲା (ବଲାଙ୍ଗିର, ବୌଦ୍ଧ)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨ ଜିଲ୍ଲା (ନୂଆପଡା, କଳାହାଣ୍ଡି)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନୁରୂପ ଭାବେ ୨୭ ତାରିଖ ହିଟ୍ ୱେଭ୍ ନେଇ ୨ ଜିଲ୍ଲା (ବଲାଙ୍ଗିର, ବୌଦ୍ଧ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୮ ତାରିଖ ହିଟ୍ ୱେଭ୍ ନେଇ ୨ ଜିଲ୍ଲା (ବଲାଙ୍ଗିର, ବୌଦ୍ଧ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ