ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା : ୩ ଗିରଫ
ମାଲକାନଗିରି, ୨୬ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ଥ ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମିଳିଥିବା ସୂଚନାନୁଯାୟୀ, ଶାରଦାଗୁଡା ଗ୍ରାମରେ ଗତ ୧ ବର୍ଷ ମଧ୍ୟରେ ଗ୍ରାମର
ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା ରେ ୩ ଗିରଫ


ମାଲକାନଗିରି, ୨୬ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ଥ ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ମିଳିଥିବା ସୂଚନାନୁଯାୟୀ, ଶାରଦାଗୁଡା ଗ୍ରାମରେ ଗତ ୧ ବର୍ଷ ମଧ୍ୟରେ ଗ୍ରାମର ୮ ରୁ ୧୦ ବ୍ୟକ୍ତିଙ୍କ ଅଚାନକ ମୃତ୍ୟ ହୋଇଥିଲା। ତେବେ ଗ୍ରାମରେ ଏପରି ମୃତ୍ୟ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ଗ୍ରାମରେ ଏକ ବୈଠକ ଡକାଇ କୋଟପାଡ଼ ଅଞ୍ଚଳରୁ ଜଣେ ଗୁଣିଆଙ୍କୁ ଡାକିଥିଲେ ଗ୍ରାମବାସୀ। ଉକ୍ତ ଗୁଣିଆ ଜଣକ ଗ୍ରାମକୁ ଆସି ଚୁଡା ମନ୍ତ୍ରାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଗ୍ରାମର ପଦ୍ମା ନାୟକ(୫୧) ଉକ୍ତ ମନ୍ତ୍ରା ହୋଇଥିବା ଚୁଡାକୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହାଦ୍ଵାରା ଉକ୍ତ ଗୁଣିଆ ଜଣଙ୍କ ପଦ୍ମା ଏହି ସବୁ ଲୋକଙ୍କ ମୃତ୍ୟର କାରଣ କହିବା ସହ ଗତ ୨୦ ଦିନ ମଧ୍ୟରେ ଗ୍ରାମର ୨ ବ୍ୟକ୍ତିଙ୍କ ମୃତ୍ୟ ପାଇଁ ପଦ୍ମା ହିଁ ଦାୟୀ ବୋଲି କହିଥିଲା। ଏହାପରେ ମୃତ୍ୟବରଣ କରିଥିବା ୨ ବ୍ୟକ୍ତିଙ୍କ ପୁଅମାନେ ରାଗରେ ଉତକ୍ଷିପ୍ତ ହୋଇ ଗାଁ ଦାଣ୍ଡରେ ପଦ୍ମାଙ୍କୁ ଲାତ ଗୋଇଠା ମାରିଥିଲେ। ଏହାଦେଖି ପଦ୍ମାଙ୍କ ପୁଅ ଗଣେଶ ଆସି ତାଙ୍କ କବଳରୁ ଆହତ ଅବସ୍ଥାରେ ନିଜ ମାଙ୍କୁ ରକ୍ଷା କରିଥିଲେ। ପଦ୍ମାଙ୍କୁ ମାଡ଼ ପରେ ସେ ମୃତ୍ୟବରଣ କରିଥିଲେ। ଏନେଇ ପଦ୍ମାଙ୍କ ପୁଅ ଗଣେଶ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଉକ୍ତ ମାମଲାକୁ ଆଧାର କରି ରବିବାର ଘଟଣାସ୍ଥଳରେ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ୩ ବ୍ୟକ୍ତି ହେଲେ ଶାରଦାଗୁଡା ଗ୍ରାମର ମହେଶ୍ବର ପାଙ୍ଗି, ହରି ପାଙ୍ଗି ଏବଂ ହରିଷ ଚନ୍ଦ୍ର ଖିଲ। ଆଜି କେସ ନଂ ୧୫୭/୨୬ ରେ ମାମଲା ରୁଜୁ କରି ଏହି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande