ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଜୁଳି କାଟ, ନଳକୂପ ଖନନ ଦାବି
ଗଂଜାମ, 26 ମେ (ହି.ସ.) କିଛିଦିନ ହେଲା ଗଂଜାମ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଂଗକୁ ବିଭିନ୍ନ ସ୍ଥାନରେ ବିଜୁଳି କାଟ ଘଟଣା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଲୋକେ ସକାଳ ନଅଟାରୁ ଅପରାହ୍ନ ସାଢେ ପାଂଚଟା ଯାଏ ଘରୁ ବାହାରିପାରୁ ନାହାନ୍ତି। ବିଜୁଳି ଅଭାବରୁ ଘରେ ଫ୍ୟାନ କୁଲର ଓ ଏସି ଚଳାଇନ
ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଜୁଳି କାଟ, ନଳକୂପ ଖନନ ଦାବି


ଗଂଜାମ, 26 ମେ (ହି.ସ.)

କିଛିଦିନ ହେଲା ଗଂଜାମ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଂଗକୁ ବିଭିନ୍ନ ସ୍ଥାନରେ ବିଜୁଳି କାଟ ଘଟଣା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଲୋକେ ସକାଳ ନଅଟାରୁ ଅପରାହ୍ନ ସାଢେ ପାଂଚଟା ଯାଏ ଘରୁ ବାହାରିପାରୁ ନାହାନ୍ତି। ବିଜୁଳି ଅଭାବରୁ ଘରେ ଫ୍ୟାନ କୁଲର ଓ ଏସି ଚଳାଇନପାରି ଦହଗଂଜ ହେଇଛନ୍ତି। ଜିଲ୍ଲାର ବିଭିନ୍ନ ଅଚଳରେ କୂଅପୋଖରୀ ନଦୀବଂଧ ସୁଖିଲା ପଡିଛି। ପିତଳ ଅଂଚଳରେ ବଜାର ଧୋବାସାହି ରେ ପାନୀୟ ଜଳସଂକଟ ଉତ୍କଟ ହୋଇଛି। ପିତଳ ବଜାର ଧୋବାସାହି ନିକଟରେ ଥିବା ଏକ ବିରାଟ କୂଅଁକୁ ପ୍ରତାରଣା ଭାବେ ରୋଡ ପ୍ରଶସ୍ତି କରଣ ଆଳରେ ପୂର୍ବତନ ସରପଂଚ କୃଷ୍ଣ ମଳିକ ଓ ସ୍ଥାନୀୟ ଠିକାଦାର ମୃତ୍ୟୁଜଂୟ ପଣ୍ଡାରୋଡ କଂଟ୍ରାକ୍ଟର ଉପରେ ଚାପ ପକାଇ ପଥର କୂଅଁଟିକୁ ପୋତିଦେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ବର୍ତିବାପାଇଁ ସେହିଜାଗାରେ ସରକାରଙ୍କ ପକ୍ଷରୁ ଏକନଳ କୂପ କରାଯିବ ବୋଲି ମିଥ୍ୟା ପ୍ରତିଶୃତି ଦେଇ ଠିକାଦାର ପଣ୍ଡାବଜାର ନିଜ ଘର ସମ୍ମୁଖରେ ସରକାରୀ କଳ ଉପରେ ପ୍ରଭାବ ପକାଇ ନଳ କୂପ ଖନନ କରିଛନ୍ତି। ଏହା କେବଳ ତାଙ୍କର ବ୍ୟକ୍ତିଗତ କାମରେ ଲାଗୁଛି । ଏହା ଜନସାଧାରଣଙ୍କ କାମରେ ଲାଗୁନି। ଏଣେ ଏହି ଅଂଚଳର ଜନସାଧାରଣଙ୍କ ଜଳକଷ୍ଟ ବଢୁଛି। ଗଂଜାମ ଜିଲାପାଳ,ଶେରଗଡ ବିଡିଓ ବ୍ଳକ ଅଧ୍ଧକ୍ଷ, ପିତଳ ସରପଂଚ ଓ ସମିତି ସଭ୍ୟ ତୁରନ୍ତ ଘଟଣାର ଅନୁଧ୍ୟାନ କରି ପିତଳ ଧୋବାସାହି ଚିତ ବିନୋଦନ କେନ୍ଦ୍ର ସମ୍ମୁଖରେ ସରକାରଙ୍କ ପକ୍ଷରୁ ଏକ ନଳ କୂପ ଖନନ କଲେ ଧୋବାସାହି, ବଜାରସାହିଓ କୁମ୍ଭାର ସାହି ର ଶତାଧିକ ପରିବାର ଜଳକଷ୍ଟ ରୁ ମୁକ୍ତିପାଇବେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande