
ଗଂଜାମ, 26 ମେ (ହି.ସ.)
ବ୍ରହ୍ମପୁରରେ ପୁଣି ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି। ଗୋପାଳପୁର ପ୍ଳଟ ବ୍ୟବଅୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା କାଣ୍ଡ ମାମଲାର ଅନ୍ୟତମ ଦୁଇ ମୂଖ୍ୟ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ରତ୍ନପୁରଠାରେ ପୁଲିସ ଏନକାଉଣ୍ଟର କରିଛି। ଏହାକୁ ମିଶାଇ ଗତ ୧୧ ଦିନ ମଧ୍ୟରେ ୫ଜଣ ପୁଲିସ ଦ୍ୱାରା ଏନକାଉଣ୍ଟରର ଶୀକାର ହେଲେଣି। ଦୁଇ ଆହତଙ୍କ ଗୋଡ଼ରେ ଗୁଳିମାଡ଼ ହୋଇଛି। ଏହି ଦୁଇଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ