
ମାଲକାନଗିରି,୩୧ ମଇ (ହି.ସ.)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଞ୍ଚାୟତର ଦିଶାରୀଗୁଡ଼ା ଗ୍ରାମ ନିକଟସ୍ଥ ପପୁଲୁର ମୂଖ୍ୟ ରାସ୍ତାରେ ଆଜି ଏକ କାର୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି।ଆଜି ଦିନ ପ୍ରାୟ ୨ଟା ସମୟରେ ରାସ୍ତା ମଝିରେ ଗୋଟିଏ କାର୍(ସିଜି ୦୪ ପିଡି ୨୪୬୬) ହୁତହୁତ୍ ହୋଇ ଜଳୁଥିବା ଦେଖିଥିଲେ ଲୋକେ।ପାଖରେ କେହି ନଥିବାରୁ ଦେଖଣାହାରୀ ଭୟଭୀତ ହୋଇଥିଲେ।ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ତେବେ ପାଖରେ କେହି ନଥିବା ବେଳେ କେଉଁ ପରିସ୍ଥିତିରେ ଗାଡ଼ିରେ ନିଆଁ ଲାଗିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।କିଛି ଗ୍ରାମବାସୀଙ୍କୁ ପୁଲିସ ପଚରାଉଚୁରା କରୁଥିବା ସୂଚନା ମିଳିଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ