
ଭୁବନେଶ୍ୱର, 06 ମଇ (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଦିନ ଭୁବନେଶ୍ୱରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହ ଶିଷ୍ଟାଚାର ସାକ୍ଷାତ କରିଛନ୍ତି।
ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ପଦାଧିକାରୀ ମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ସଂଗଠନର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭା ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ନାଗରିକ ସମ୍ମାନ ସଭାରେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଇଥିଲେ। ଏହା ସହ ସଂଗଠନର ପତ୍ରିକା ‘ଛାତ୍ର ସନ୍ଦେଶ’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା।
ବୈଠକ ସମୟରେ ପ୍ରସ୍ତାବିତ ଜାତୀୟ କାର୍ଯ୍ୟକ୍ରମ ଓ ରାଜ୍ୟରେ ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତିନିଧିମଣ୍ଡଳୀ ଉପମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବା ସହ ତାଙ୍କର ସାନିଧ୍ୟ ପାଇଁ ଅନୁରୋଧ କରିଥିଲେ।
ଏହି ପ୍ରତିନିଧିମଣ୍ଡଳୀରେ ଜାତୀୟ ସହ-ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକଙ୍କ ବ୍ୟତୀତ କ୍ଷେତ୍ରୀୟ ସହ-ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଓ ରାକେଶ ପାଢ଼ୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ