ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ
ବଲାଙ୍ଗିର, 25 ମେ (ହି.ସ.) ଚାଷୀମାନଙ୍କଠାରୁ ସୁରୁଖୁରୁରେ ରବି ଧାନ ସଂଗ୍ରହ କରିବା ପାଇଁ ଆଜି ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଚାଷୀମାନେ ଯେପରି ସେମାନଙ୍କର କଷ୍ଟାର୍ଜିତ ଫସଲର ସଠିକ୍ ମୂଲ୍ୟ ପାଇପାରିବେ ଏବଂ ବିକ୍ରି ସମୟରେ କୌଣସ
ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ


ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ


ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ


ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ


ବଲାଙ୍ଗିର, 25 ମେ (ହି.ସ.) ଚାଷୀମାନଙ୍କଠାରୁ ସୁରୁଖୁରୁରେ ରବି ଧାନ ସଂଗ୍ରହ କରିବା ପାଇଁ ଆଜି ଆଗଲପୁର ବ୍ଲକ୍ ଅନ୍ତର୍ଗତ ବୁଦୁଲା ଠାରେ ରବି ଧାନ ସଂଗ୍ରହ ମଣ୍ଡି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଚାଷୀମାନେ ଯେପରି ସେମାନଙ୍କର କଷ୍ଟାର୍ଜିତ ଫସଲର ସଠିକ୍ ମୂଲ୍ୟ ପାଇପାରିବେ ଏବଂ ବିକ୍ରି ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ସେଥିପାଇଁ ଏହି ମଣ୍ଡିର ଆୟୋଜନ କରାଯାଇଛି।

ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲଓ୍ଵାରଙ୍କ ଅଧ୍ୟକ୍ଷତାରେ ମଣ୍ଡିର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ, ଯୋଗାଣ ବିଭାଗର ପ୍ରତିନିଧି, ସମବାୟ ସମିତିର କର୍ମକର୍ତ୍ତା ଏବଂ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ବୁଦୁଲା ପ୍ୟାକ୍ସର ସଭାପତି ଚିନ୍ତାମଣି ଭୋଇ ଓ ସେକ୍ରେଟାରୀ ଅଶ୍ୱିନୀ କୁମାର ଗଡତିଆ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ଧାନ କିଣାର ସମୟ ନିର୍ଦ୍ଧାରିତ କରାଯାଇଛି | ସମସ୍ତ ଚାଷୀ ମାନଙ୍କ ଠାରୁ ଧାନ ସକାଳ ୭ ରୁ ୧୧ ଏବଂ ଅପରାହ୍ନ ୩ ରୁ ୬ ଟା ମଧ୍ୟରେ ଧାନ କିଣା ହେବ | ଦିନ ୧୧ ଟା ରୁ ୩ ଟା ଯାଏ କୌଣସି ଧାନ କିଣା କିମ୍ବା ଲୋଡ ହେବ ନାହିଁ | ଅଦିନିଆ ବର୍ଷା ତଥା ପ୍ରି ମନସୁନ କୁ ଆଖି ଆଗରେ ରଖି ନିୟଂତ୍ରିତ ବଜାର କମିଟି ତରଫରୁ ସମସ୍ତ ମଣ୍ଡି କୁ ପାଲ ତଥା ତର୍ପୋଲିନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଅଛି ।

ସେହିପରି ଧାନ ଓଜନ ଏବଂ ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡି ପରିସରେ ଚାଷୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବଂ ବିଶ୍ରାମର ସୁବିଧା କରାଯାଇଛି । ଧାନ କିଣାଯିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଉଦ୍ଘାଟନୀ ଅବସରେ ଅଧିକାରୀମାନେ ଚାଷୀମାନଙ୍କୁ ଦଲାଲମାନଙ୍କଠାରୁ ଦୂରେଇ ରହି ସିଧାସଳଖ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ମଣ୍ଡି ପରିଚାଳନାରେ କୌଣସି ପ୍ରକାର ଅନିୟମିତାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁଦୁଲା ଠାରେ ମଣ୍ଡି ଆରମ୍ଭ ହେବା ଫଳରେ ସ୍ଥାନୀୟ ଚାଷୀକୂଳ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

ତେବେ ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୩୩୨୫୫ ମେଟ୍ରିକ୍ ଟନ୍ ର ରବି ଧାନ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ୧୭,୩୦୪ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ କରିଛନ୍ତି। ୧୨୧ ଟି ପ୍ୟାକ୍ସ ଏବଂ ୫୧ ଜଣ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande