ବେଣୀପୁରରେ ମା’ ବୁଢ଼ୀ ଜାଗୁଳାଇ ପୀଠର ନୂତନ ମନ୍ଦିର ପାଇଁ ଶୁଭ ଶିଳାନ୍ୟାସ
ଭଦ୍ରକ, ୨୫ ମଇ (ହି.ସ.) - ବେନ୍ତାଳ ପଂଚାୟତ ଅନ୍ତର୍ଗତ ବେଣୀପୁର ଗ୍ରାମର ପ୍ରସିଦ୍ଧ ଗ୍ରାମଦେବତୀ ମା’ ବୁଢ଼ୀ ଜାଗୁଳାଇ ପୀଠର ନୂତନ ମନ୍ଦିର ନିର୍ମାଣ ପାଇଁ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦୦ ବର୍ଷରୁ ଅଧିକ ସମୟ ଧରି ଏହି ପୀଠ ଅଂଚଳବାସୀଙ୍
BENIPUR MAA BUDHI JAGULAI


ଭଦ୍ରକ, ୨୫ ମଇ (ହି.ସ.) - ବେନ୍ତାଳ ପଂଚାୟତ ଅନ୍ତର୍ଗତ ବେଣୀପୁର ଗ୍ରାମର ପ୍ରସିଦ୍ଧ ଗ୍ରାମଦେବତୀ ମା’ ବୁଢ଼ୀ ଜାଗୁଳାଇ ପୀଠର ନୂତନ ମନ୍ଦିର ନିର୍ମାଣ ପାଇଁ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦୦ ବର୍ଷରୁ ଅଧିକ ସମୟ ଧରି ଏହି ପୀଠ ଅଂଚଳବାସୀଙ୍କ ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ପବିତ୍ର କେନ୍ଦ୍ର ଭାବେ ପରିଚିତ ହୋଇଆସୁଛି। ଶିଳାନ୍ୟାସ ଅବସରରେ ବହୁ ଭକ୍ତ, ଗ୍ରାମବାସୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ସାମିଲ ହୋଇ ମା’ଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ବେଦମନ୍ତ୍ର ଓ ପୂଜାର୍ଚ୍ଚନା ମଧ୍ୟରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ମା’ ବୁଢ଼ୀ ଜାଗୁଳାଇଙ୍କ କୃପାରୁ ଅଂଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷିତ ହୋଇଥାଏ। ନୂତନ ମନ୍ଦିର ନିର୍ମାଣକୁ ସନାତନ ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଂଚଳବାସୀ ମତପ୍ରକାଶ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପରେ ଭକ୍ତମାନଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି ହେବା ସହ ପୀଠର ଆଧ୍ୟାତ୍ମିକ ମହତ୍ୱ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶେଷରେ ସମସ୍ତେ ମା’ ବୁଢ଼ୀ ଜାଗୁଳାଇଙ୍କ ନିକଟରେ ଅଞ୍ଚଳର ସୁଖ, ଶାନ୍ତି ଓ ସାର୍ବଜନୀନ ମଙ୍ଗଳ କାମନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande