ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍ଚର , ଭୋପାଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଣ-ଆର୍ôଥକ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭଦ୍ରକ, ୨୫ ମଇ (ହି.ସ.)- ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍ଚର , ଭୋପାଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଣ-ଆର୍ôଥକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ମାଧ୍ୟମରେ ଓଡ଼ିଶ
RAJYA PRATNATATA BIBHAGA


ଭଦ୍ରକ, ୨୫ ମଇ (ହି.ସ.)- ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍ଚର , ଭୋପାଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଣ-ଆର୍ôଥକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଓ ସ୍ଥାପତ୍ୟକୁ ସଂରକ୍ଷଣ କରିବା ଦିଗରେ କାର୍ଯ୍ୟ କରାଯିବା ସହ ଡିଜିଟାଲ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ କାର୍ଯ୍ୟ କରାଯିବ। ଏଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଯେପରିକି ଏଲଆଇଡ଼ିଆର, ଥ୍ରୀଡ଼ି ଆନିମେସନ୍, ଡିଜିଟାଲ ମ୍ୟାପିଙ୍ଗ, ଜିଓଗ୍ରାଫିକ ଇନ୍ଫରମେସନ୍ ସିଷ୍ଟମ୍, ରିମୋଟ ସେନ୍ସିଙ୍ଗ ଆଦି ବ୍ୟବହାର କରାଯାଇ ଓଡ଼ିଶାର ପ୍ରମୁଖ କୀର୍ତିରାଜି, ମନ୍ଦିର ଓ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ସହ ଡିଜିଟାଲ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଅଧୀନରେ ଥିବା ପ୍ରାୟ ୮୨ ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ଥିବା ପ୍ରାୟ ୨୧୨ ଟି ଐତିହାସିକ କୀର୍ତିରାଜିର ବିକାଶ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମାନ୍ୟବର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଆଇଆଇଟି ଖଡ଼ଗପୁରରେ ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ କ୍ଷେତ୍ରରେ ଇଂଟର୍ନସିପ୍ କରିବା ପାଇଁ ଓଡ଼ିଶାର ୧୦ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ବୋଲି ଆଜିର ବୈଠକରେ ଘୋଷଣା କରାଯାଇଛି। ଆଜିର ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଆଇଆଇଟି ଖଡ଼ଗପୁରର ପ୍ରଫେସର ଗୌରବ ଦାସ ମହାପାତ୍ର, ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍ଚରର ନିର୍ଦ୍ଦେଶକ ପ୍ରଫେସର କୈଳାସ ରାଓ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande