
ଜୟପୁର , 06 ମେ (ହି.ସ.) ଜୟପୁର ପଞ୍ଚାୟତ ସମିତି ଅଧୀନରେ ଥିବା ବିକାଶ ମୂଳକ କାର୍ଯ୍ୟର ଉଦ୍ଘାଟନ ହୋଇଛି l ଏଠାରେ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭବେ ଯୋଗ ଦେଇ ଉଦଘାଟନ କରିଥିଲେ l ଜୟପୁର ବ୍ଲକ ଟାଙ୍କୁଆ ଗ୍ରାମ ପଞ୍ଚାୟତର ପଦମପୁର ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ଆଜି ଉଦଘଟିତ ହୋଇଛି l ସେହିପରି ଡ଼ଙ୍ଗର ଛଞ୍ଚି ରେ ଗ୍ରାମ ହାଟ, ଯବାକନାଡି ରେ ଅତିରିକ୍ତ ଶ୍ରେଣୀ ଗୃହ, ବଳିଆ ଓ ବାମୁଣୀପୁଟ ରେ ଭି ଏସ ଏସ ଗୃହ, ପଲ୍ଲୀଗୁଡା ରେ ଭୋଗ ମଣ୍ଡପ, ବାମୁଣୀପୁଟ ବ୍ୟାୟାମ ଶଳା, କୁନ୍ତରଖାଲ ର ପଟଦୁର୍ଗା ମନ୍ଦିର ଗୃହ ଉଦଘାଟନ ହୋଇଛି l ଏଠାରେ ବିଧାୟକ ବାହିନୀପତି ଉଦଘାଟନ କରିଥିଲେ l ଏହି ଅବସରରେ ଜୟପୁର ପଞ୍ଚାୟତ ସମିତି ଅଧକ୍ଷା ତିଳୋତମା ମୁଦୁଲୀ, ଉପାଧ୍ୟକ୍ଷ ଗଣେଶ ପ୍ରସାଦ ପାଢ଼ୀ, ଜୟପୁର ବିଡ଼ିଓ ଶକ୍ତି ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଆସ୍ତା ନାୟକ ଓ ରୁକିଣି ଗଦବା, ସମିତି ସଭ୍ୟ ଶ୍ୟାମ ପରଜା, ସରକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଚନ୍ଦନ ମହାରଣା ଏବଂ ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିକାଶ ମୂଳକ କାର୍ଯ୍ୟ ଉଦଘାଟନ ହେବା ଫଳରେ ଅଂଚଳ ବାସି ଉପକୃତ ହେବେ ବୋଲି ଜଣାଯାଇଛି l ---------------
ହିନ୍ଦୁସ୍ଥାନ ସମାଚାର / ପିକେପି