
ଭୁବନେଶ୍ୱର, ୦୧ ଜୁନ (ହି.ସ) - ଲୋକ ଭବନ, ଓଡିଶା ଦ୍ୱାରା ଆୟୋଜିତ ନିଶା ନିବାରଣ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ମୟୂରଭଞ୍ଜର ବେତନଟି ଡିଗ୍ରୀ କଲେଜ ପ୍ରଥମ ପୁରସ୍କାର ହାସଲ କରିଛି। ଏଥିପାଇଁ ବେତନଟି କଲେଜକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିନନ୍ଦନ ଜଣାଇଛନ୍ତି। ନିଶାମୁକ୍ତ ସମାଜର ବାର୍ତା ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ରାଜ୍ୟପାଳ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା