ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ
ଭୁବନେଶ୍ୱର,୦୨ ଜୁନ (ହି.ସ)- ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । କ୍ରୀଡା ଓ ଯୁବସେବା ବିଭାଗ ଓ ଓଡିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା
ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ


ଭୁବନେଶ୍ୱର,୦୨ ଜୁନ (ହି.ସ)- ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । କ୍ରୀଡା ଓ ଯୁବସେବା ବିଭାଗ ଓ ଓଡିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଉକ୍ତ ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ହେବ । ଭୁବନେଶ୍ୱର ଜୋନ ଅଧୀନରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର,କଟକ, ଭୁବନେଶ୍ୱରକୁ ନେଇ ଏହି ଜୋନ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୟୁନିଟ୍-୧ ସ୍ଥିତ ଫୁଟବଲ୍ ଏକାଡେମୀ ପରିସରରେ ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ସେହିଭଳି ଆସନ୍ତା ୫ ତାରିଖରୁ କିଟ ପରିସରରେ ଭଲିବଲ ମ୍ୟାଚ ଆୟୋଜନ କରାଯିବ ।

ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣପୂର୍ବକ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମ୍ୟାଚ୍ ଅଫିସିଆଲ୍ ମାନେ ଉପସ୍ଥିତ ରହି ପ୍ରତ୍ୟେକ ପ୍ରତିଯୋଗିତାକୁ ତଦାରଖ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande