
ଭୁବନେଶ୍ୱର, ୧୦ ଜୁନ୍ (ହି.ସ)- କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଆୟୋଜିତ ଜାତୀୟ କରାଟେ ଚାମ୍ପିଅନସିପ୍-୨୦୨୬ରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ପ୍ରତିଭାବାନ ସବ୍-ଜୁନିଅର, କ୍ୟାଡେଟ୍ ଓ ଜୁନିଅର କରାଟେକାମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।
ଏଡି ଅବସରରେ ଉଚ୍ଚଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଏହି ପ୍ରତିଯୋଗିତାରେ ଆମ ରାଜ୍ୟର ପୁଅ ଓ ଝିଅମାନେ ବିଭିନ୍ନ ବର୍ଗରେ ୧୨ଟି ସ୍ୱର୍ଣ୍ଣ ପଦକ, ୪ଟି ରୌପ୍ୟ ପଦକ ଓ ୧୬ଟି ବ୍ରୋଞ୍ଜ ପଦକ ଜିତି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମେଡାଲ ଜିତିଥିବା ସମସ୍ତ କ୍ରୀଡ଼ାବିତ୍, ସେମାନଙ୍କର କୋଚ୍ ଏବଂ ଅଭିଭାବକମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଆମର ଏହି ପ୍ରତିଭାମାନେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଦେଶ ଓ ରାଜ୍ୟର ନାଁ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା