କମ୍ବଳ ଭିତରେ ଗଞ୍ଜେଇ ବେପାର , ୧୦୦ କେଜି ଗଞ୍ଜେଇ ଜବତ, ୪ ଗିରଫ
ମାଲକାନଗିରି,୧୭ ଜୁନ୍ (ହି.ସ.) - କମ୍ବଳ ବ୍ୟବସାୟ ଆଳରେ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି କାଲିମେଳା ପୁଲିସ । ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁ
କମ୍ବଳ ଭିତରେ ଗଞ୍ଜେଇ ବେପାର , ୧୦୦ କେଜି ଗଞ୍ଜେଇ ଜବତ, ୪ ଗିରଫ


କମ୍ବଳ ଭିତରେ ଗଞ୍ଜେଇ ବେପାର , ୧୦୦ କେଜି ଗଞ୍ଜେଇ ଜବତ, ୪ ଗିରଫ


ମାଲକାନଗିରି,୧୭ ଜୁନ୍ (ହି.ସ.) - କମ୍ବଳ ବ୍ୟବସାୟ ଆଳରେ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି କାଲିମେଳା ପୁଲିସ । ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅତି ଚତୁରତାର ସହ କମ୍ବଳ ଭିତରେ ଗଞ୍ଜେଇ ଲୁଚାଇ ଚୋରା ଚାଲାଣ କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ପୋତାଖାଲ ଗ୍ରାମ ନିକଟରେ ଚଢ଼ାଉ କରି ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ପୁଲିସ ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ୩ଟି ମୋଟର ସାଇକେଲ ଏବଂ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ମହମଦ ଜିସାନ (୩୨) , ଅଫତାବ ଅଲି (୨୪) ଓ ଅରମାନ ଖାନ (୧୯) ଉତ୍ତରପ୍ରଦେଶର ହୋଇଥିବା ବେଳେ ଇର୍ମା ପଡ଼ିଆମୀ (୩୫) ମାଲକାନଗିରି ଜିଲ୍ଲା ଦରବାଗୁଡ଼ାର ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ଏନଡିପିଏସ ଆକ୍ଟ ଅନୁଯାୟୀ ୧୩୯/୨୬ ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande