୨୮-୨୯ ଜୁନରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା
ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ଜୁନ୨୮ ଏବଂ ୨୯ ଦୁଇଦିନ ଧରି ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏହି ପ୍ରତିଯୋଗିତାରେ ୫ ବର୍ଷରୁ ଅଧିକ ଏବଂ ୫୦ ବର୍ଷରୁ କମ ବର୍ଗରେ ଏହି ପ୍
28-29 ଜୁନରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା


ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ଜୁନ୨୮ ଏବଂ ୨୯ ଦୁଇଦିନ ଧରି ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏହି ପ୍ରତିଯୋଗିତାରେ ୫ ବର୍ଷରୁ ଅଧିକ ଏବଂ ୫୦ ବର୍ଷରୁ କମ ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ l ବଲାଙ୍ଗୀର ଜ଼ିଲ୍ଲାର ଯେଉଁ ଖେଳାଳି ମାନେ ଇଛୁକ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ସନ୍ତରଣ କୋଚ ନରେଶ କୁମାର ପ୍ରଧାନ ସହ ଯୋଗାଯୋଗ କରିବାକୁ ସଂଘ ତରଫରୁ କୁହାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande