ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ     ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ସିମାଞ୍ଚଳ

ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ

ଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ରାଜ୍ୟପାଳ କହିଛନ୍ତି ଯେ, ପ୍ରହ୍ଲାଦ ନାଟକର ‘ଭୀଷ୍ମ ପିତାମହ’ ଭାବେ

ସମାଦୃତ ଶ୍ରୀ ପାତ୍ରଙ୍କର ଆଜୀବନ ସମର୍ପଣ ଭାରତର ଏହି ଅମୂଲ୍ୟ ଲୋକନାଟ୍ୟ ପରମ୍ପରାର ସଂରକ୍ଷଣ ଓ

ପ୍ରସାରରେ ଅପୂର୍ବ ଅବଦାନ ରଖିଛି। ୯୮ ବର୍ଷ ବୟସରେ ମଧ୍ୟ ତାଙ୍କର ଅଦମ୍ୟ ଉତ୍ସାହ ଓ ନିଷ୍ଠା

ଯୁବ ପିଢ଼ୀଙ୍କୁ ପ୍ରେରିତ କରୁଛି, ଯାହା ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଗାମୀ ଦିନଗୁଡ଼ିକରେ

ଆହୁରି ସମୃଦ୍ଧ ଓ ଜୀବନ୍ତ ରଖିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande